STORYMIRROR

Akshayakumar Dash

Abstract

3  

Akshayakumar Dash

Abstract

ମାଆ

ମାଆ

1 min
11.8K

ମାମା ବୋଲି ଡାକିଦେଲେ ଥରେ

ଅନ୍ତରେ ଶରଧା ପଡଇ ଝରି

ସବୁ ପାଇଟିକୁ ପଛକରି ଆଗ

ଧାଇଁ ଆସୁବେଗେ କୋଳରେ ଧରି

ତୋ କୋଳ ସରସ ପାଇତା ପରଶ

ନିଦ ମାଉସୀ ବି ଆସଇ ହସି

ସଠିଦୁଶୀ ଆସି ହସାଇ କନ୍ଦାଏ

ଦେଖୁଥାଉ ମୋର ପାଖରେ ବସି

ଭୂତଡାହାଣୀ କି ଛୁଆ ଚୋରଣୀ କୁ

ନଜର କଟଇ କଜଳ ପାତି

ମୁଣ୍ଡ ତଳେ ଥୋଇ ଛାଚୁଣୀ ଛିଣ୍ଡେଇ

ଘୋଡାଇ ଦେଉ ମୋ ଉପର ଛାତି

ଫୁଙ୍ଗୁଳା ଦେହକୁ ହାମୁଡେଇ ଦେଇ

ପିଠିରେ ମାଲିସ କରାଉ ତେଲ

ସକାଳ ସୁରୁଜ କିରଣରେ ସୋଇ

ପାଣିରେ କରାଉ ସିନାନ ଖେଳ 

ପୋଡ଼ପିଠା କିବା ଛତୁଆ ଗଇଁଠା

ଖୋଇ ଦେଉ ଦୁଇ ଟିପରେ ଦଳି

କାଖେଇ ବୁଲେଇ ଝୁଲେଇ ଖେଳେଇ

ଗପ ମାନକହୁ ଭଳିକି ଭଳି

କଳାଟିପା ନେଉ କଜଳପାତି ରୁ

ମାଖିଦେଉ ଆଣି କପାଳ ପାଦ

କେହିଦେଖି କାଳେ ଦେହେ ଲାଗିଯିବେ

ଜର ଝାଡ଼ା ପାଇଁ ଚୋରଣୀ ବାଦ

ନାନା ବାୟା ଗାଇ ଦେହ ଥାପୁଡ଼େଇ

ଶୋଇଦେଇ ରଖୁ ଶରଧା କେତେ

କୋଟି ଉପବାସ ଓଷା ବ୍ରତ କରି

ଦୁନିଆରେ ବଡ଼ କରିଲୁ ସତେ

ପଣତ କାନିରେ ଲୁହ ଯାକଂ ପୋଛି

ନିଯେଜଳି ବୁକୁ ରକତ ଢାଳି

କୋଟି ମମତାର ମୁରତୀ ତୁଇଲୋ

ମଙ୍ଗଳା କମଳା ଶାରଦା କାଳି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Abstract