STORYMIRROR

Sushantkumar Pradhan

Inspirational

2  

Sushantkumar Pradhan

Inspirational

ମାଆ

ମାଆ

1 min
13.9K


ଅମୃତର ଝର ମଧୁଠୁ ମଧୁର 

ମାଆ ନାମ ଗୋଟି ଶବ୍ଦ 

ସୀମିତ ନୁହେଁ ସେ କୌଣସି ଭାଷାରେ 

ସରିଯାଏ ଶବ୍ଦକୋଷ ।।

ଆରମ୍ଭ ଓ ଶେଷ ନାହିଁ ତା ଜୀବନେ 

ସିଏ ସାଗରର ସ୍ରୋତ 

ସବୁଠୁ ଉଚ୍ଚରେ ଅଟେ ତାର ସ୍ଥାନ 

ରଖିବା ମାଆ ମହତ ।।

ଆଶ୍ୱାସନା ଭରା ତା ପଣତ କାନି 

ଝାଡିଦିଏ ସଂକୀର୍ଣ୍ଣତା 

ନୁଆ ସମ୍ଭାବନା ସୃଷ୍ଟି କରେ ସିଏ 

ବଂଚିବାରେ ସହାୟତା ।।

ଅସରା ଆଶାର ପସରା ସିଏ ତ 

ଅବାରିତ ସ୍ନେହ ବାର୍ତ୍ତା 

ଅସୀମ କୃପାର ପାରାବାର ଅଟେ 

ଅନୁଭବେ ଦିବ୍ୟସତ୍ତା ।।

ମୋ ମାଆ ପାଇଁ ପଦେ 

ସୁଶାନ୍ତ ପ୍ରଧାନ 

ବଂଧହୁଡା 

ନରସିଂହପୁର କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational