STORYMIRROR

Sanjaya Ananda Kumar Tripathy

Inspirational

3  

Sanjaya Ananda Kumar Tripathy

Inspirational

ମାଆ

ମାଆ

1 min
322


ବିନା କାରଣରେ ମୋତେ

କାନ୍ଦିବାକୁ ଦିଅ,

ମୁଁ ଜାଣେ, ମାଆ ଯେଉଁଠି ଥିଲେ ବି

ଦଉଡି ଆସିବ ।

ସ୍ନେହରେ ମୋତେ ଆଉଁସି ଦେବ

ଭଲ ମନ୍ଦ ପଚାରି ବୁଝିବ,

କାନ୍ଦିବାର କାରଣ ତନ୍ନ ତନ୍ନ କରି

ନିଜେ ହିଁ ଖୋଜିବ ।

ବହୁତ ଦିନରୁ ତା' ପରସା ଖାଇନି

କ'ଣ ଟିକେ ଖାଇବାକୁ ଦେବ,

ପଞ୍ଚତାରକା ହୋଟେଲର ଖାଦ୍ୟ

ତା' ଆଗରେ ସବୁ ଫିକା ପଡିଯିବ ।

ତା ସ୍ପର୍ଶରେ ମୋର ମନ ଠିକ ହୋଇଯିବ,

ଭୟର ବାତାବରଣରେ ବି ମୋତେ

ସୁରକ୍ଷିତ ଲାଗିବ ।

ଜୀବନଟା ସତେଜ ଲାଗିବ

ଶୁଣି ତା'ର ମଧୁର କଥା,

ଭୁଲି ଯିବି ସବୁ ମିଳିଥିବା

ବେଦନା ଓ ବ୍ୟଥା ।

ତା' କୋଳରେ ଶୋଇଯିବି

ଚୁପଚାପ,ଶାନ୍ତିରେ,

ଯେତେ ବି ନିଦ୍ରା ଧରିଛି

ଆଉ ହଜିଯିବି ସ୍ୱପ୍ନରେ ।

*****


Rate this content
Log in

Similar oriya poem from Inspirational