ମାଆ
ମାଆ
ଶିଶୁଟିଏ ଜନ୍ମ ହେଲା ପରେ
ପ୍ରଥମେ ଆଖି ଖୋଲିଲେ ସେ ଯାହାକୁ ଦେଖେ
ସେ ହେଉଛି ମାଆ,
ତା କୁନୀ ହାତରେ ଯାହାକୁ
ସେ ପ୍ରଥମେ ସ୍ପର୍ଶ କରେ
ସେ ହେଉଛି ମାଆ,
ଆଖି ବନ୍ଦ କରି ଯାହା
କାନି ପଣତର ବାସ୍ନା ଅନୁଭବ କରେ
ସେ ହେଉଛି ମାଆ,
ତା କୁନୀ କୁନୀ ପାଦରେ
ଯାହା ହାତ ଧରି ଚାଲି ଶିଖିଲା
ସେ ହେଉଛି ମାଆ,
ମାଆ ସବୁେବେଳ ମାଆ
ସେ ମାଟିଠାରୁ ସହିଷ୍ଣୁ
ଆକାଶଠାରୁ ପରିବ୍ୟାପ୍ତ
