STORYMIRROR

RAKESH MUDULI

Inspirational Children

3  

RAKESH MUDULI

Inspirational Children

ମାଆ

ମାଆ

1 min
204

ଏ ବିଶ୍ୱର ସୁନ୍ଦରତାକୁ ଦେଖିବା ପୂର୍ବରୁ

ଯାହାକୁ ମୁଁ ପ୍ରଥମେ ଦେଖିଲି 

ଏ ଧରାପୃଷ୍ଠରେ ପାଦ ଦେବା ପୂର୍ବରୁ

ଯାହାର ସ୍ପର୍ଶ ପ୍ରଥମେ ଅନୁଭବ କଲି 

ଭଗବାନଙ୍କୁ ଡାକିବା ଆଗରୁ

ଯାହାକୁ ପ୍ରଥମେ ଡାକିଲି

ସେ ମୋ ଜନ୍ମଦାୟୀନି ମା....

ଯାହା ନାଁ ଶୁଣିଲେ

ଆସେ ଜୀବନରେ ପରିପୂର୍ଣ୍ଣତା

ଦୁନିଆରେ ଯେଉଁ ଶବ୍ଦର ବିକଳ୍ପ ନାହିଁ 

ଯାହା ବିନା ଦୁନିଆର ସୌନ୍ଦର୍ଯ୍ୟ ବି ନାହିଁ

ସେ ସ୍ୱର୍ଗଠୁ ବଡ ପୁଣି 

ଈଶ୍ଵରଙ୍କଠୁ ମହାନ

ସେ ମୋ କରୁଣାମୟୀ ମା....

ଦଶ ମାସ ଦଶ ଦିନ ଗର୍ଭରେ ଧରି

ଯନ୍ତ୍ରଣାରେ ଛଟପଟ ହୋଇ 

ଯିଏ ମୋତେ ଜନ୍ମ ଦେଲା 

ରାତି ରାତି ଅନିଦ୍ରା ରହି

ଯିଏ ମୋ କପାଳରେ ହାତ ଆଉଁସି

ସୁଖର ନିଦ୍ରା ଦେଲା

ମୋ ହସରେ ହସିଲା 

ମୋ ଦୁଃଖରେ କାନ୍ଦିଲା

ସେ ମୋ ମମତାମୟୀ ମା.... 

ଯାହା ଶରୀରର ମୁଁ ଏକ ଅଂଶ

ଯାହାର କୋମଳ ପରଶ 

ଜୀବନରେ ଭରି ଦିଏ ଅନେକ ହସ

ଯିଏ ନିଜେ ଦୁଃଖେ ଥାଇ

ନେଇ ସେ କୋଳେଇ

ରଖେ ସେ ପଣେତ ଘୋଡେଇ

ଦିଏ ସ୍ୱର୍ଗୀୟ ପରଶ ବିଛାଇ

ସେ ମୋ ସ୍ନେହମୟୀ ମା....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational