ମାଆ ତୁମେ ଆସିବ ବୋଲି
ମାଆ ତୁମେ ଆସିବ ବୋଲି
ମାଆ ତୁମେ ଆସିବ ବୋଲି
ତୁମ ଆଗମନି ର ବାର୍ତ୍ତା ନେଇ
ଆସିଛି ଶରତର ନିର୍ମଳ ଆକାଶ
ସବୁଜ କ୍ଷେତରେ ଭରା
ଗର୍ଭବତୀ ଧାନ କେଣ୍ଡା ,,
ଆଉ ନଦୀ ପଠାରେ
କାଶତଣ୍ଡି ଫୁଲର ଗଜଲ ।
ସତ୍ୟର ସାରଥୀ ତୁମେ
ଅସତ୍ୟ ର କାଳ
ତେବେ କିଆଁ ଦେଖାଉନ ମାଆ
ତୁମ ମହିଷାମର୍ଦ୍ଧିନୀ ର ବଳ।
ଦିନୁ ଦିନ ବଢି ଚାଲେ ପାପର ଭାର ଏଠି
ଅସହିଷ୍ଣୁ ହୋଇଲାଣି ଧରା
ଥରୁଟିଏ ଦେଖାଅ ମାଆ
ତୁମ ଦଶଭୂଜା ବଳ ,
ପାପର ଭାରରେ ମହୀ ଆଜି
ହେଲାଣି ଟଳ ମଳ ।
ତୁମ ବାହୁ ବଳେ ନିପାତ କର ମାଆ
ଏଇ ଦୁଷ୍ଟ ମହିଷା ଶୁରଙ୍କୁ
ପାପ ଭାର ନାଶି ଶାନ୍ତି ଦିଅ ଭରି
ତୁମ ତିଆରି ର ସୃଷ୍ଟି କୁ ।
