STORYMIRROR

Sunanda Mohanty

Abstract Action Inspirational

4  

Sunanda Mohanty

Abstract Action Inspirational

ମାଆ ସାବିତ୍ରୀ

ମାଆ ସାବିତ୍ରୀ

1 min
211


ନାରୀମାନଙ୍କ ମଧ୍ୟରେ ଅନନ୍ୟା 

ପତିବ୍ରତା ସଂସାରକୁ କଲ ଧନ୍ୟା 

ବୁଦ୍ଧିମତୀ ଧୀଶକ୍ତି ସମ୍ପର୍ଣ୍ଣା ସୁଲଗ୍ନା 

ଦୁଇକୂଳ ହିତରେ ମହିୟସୀ ବନ୍ଦନା 

ତୁମ ପରି ପାଇଛି ଯେ ବଧୂ ଆଉ କନ୍ୟା 

ନିଜକୁ ମଣୁଥିବେ ନିଶ୍ଚୟ ଧନ୍ୟା 

ତୁମେ କୋଉ ତପ ବଳେ ସୁନାମଧନ୍ୟା 

ତୁମଆଦର୍ଶରେ ଅନୁପ୍ରାଣିତ ନାରୀଓ କନ୍ୟା 

ତୁମେ ପତିବ୍ରତା ଧର୍ମର ଉଛୁଳା ବନ୍ୟା 

ଲକ୍ଷ୍ମୀ ନାରାୟଣ ଜପି ପାଇଲ ଉପମା 

ଧର୍ଯ୍ୟ ଓ ସାହସ ତୁମ କେ କରିବ କଳନା 

ସ୍ଵଚକ୍ଷୁରେ ଦେଖିଲ ଯମରାଜା ସୁକନ୍ୟା 

 ଯୁଗେ ଯୁଗେ ଅମର ଆଗୋ ସୁଲଗ୍ନା 

ଫୁଲମତୀ ପୁଷ୍ପବତୀ କାଉଁରୀକନ୍ୟା 

ସର୍ବେ ଶିଖନ୍ତୁ ବୁଦ୍ଧି କୌଶଳ ନଥାଉଭାବନା

ଶୃଙ୍ଖଳ ର ଶିଙ୍କୁଳି ରେ ଶୁଶୋଭନା 

ବ୍ୟକ୍ତିତ୍ୱର ବୈଭବରେ ଭାବର ଚେତନା 

ହାତେ ମାପି ଚାଖଣ୍ଡେ ଚାଲି ଲଳନା 

ସବୁଜାଣି ବି ନିର୍ଭୟା ସାଜିଲ ବରନ୍ୟା

ତୁମକୁ ପୁଜନ୍ତି ନାରୀ ହେବାକୁ ସୁରମା 

ଧନ୍ୟା ଶକ୍ତିମୟୀ ସିନ୍ଦୁରିମାର ଗାରିମା 

ଯୁଗେ ଯୁଗେ ଅମର ଗାଥା ରଖିଲ ଜେମା 

ତୁମ ପଦ ପାଦରେ ମଥା, କରୁ ବନ୍ଦନା 

ଓଁକାର ଧ୍ୱନିରେ ତୁମରି ଭିତରେ ଚେତନା 

 ସଚେତନତା ଭରିଦିଅ ଯାଉ କାମନା 

ସ୍ୱାମୀ ସୁହାଗିନୀ ଧର୍ମ ପାଳୁ ସର୍ବ ଲଳନା 

ଅଷ୍ଟଭୁଜା ଦଶଭୁଜା ବିରଜା ମାଆ ପଦ୍ମଜା

ପ୍ରଣିପାତ କରୁ ମାତ ବାରେ କର ଘେନା ।



Rate this content
Log in

Similar oriya poem from Abstract