ମାଆ ପରି କିଏ ହେବ ?
ମାଆ ପରି କିଏ ହେବ ?
ମାଆଲୋ ତୋ ପରି ଆଉ କିଏ ହେବ ,
ଅନ୍ତ ଚିରି ଜନ୍ମକଲା ପରେ ଛାତିରୁ
ଅମୃତ ଦେଇ ବଞ୍ଚେଇବ ।
ମାଆ ତୋ ପରି କିଏ ଆଉ ସ୍ନେହମୟୀ ହେବ ,
କୋଳେଇ ଧୋ ବାୟା ଗୀତରେ ଶୁଆଇ ଦେବ ।। - - - - ୧
ମାଆଲୋ ତୋ ଭଳି କିଏ ସାହା ହେବ ,
ଆଙ୍ଗୁଠି ଧରି ଏ ଧରା ଭୂଇଁରେ ଚାଲି ଶିଖେଇବ ।
ରାତି ଅନ୍ଧାର ଭୟରୁ କିଏ ବଞ୍ଚେଇବ ,
ତୋ ପଣତଠୁ ବଳି ଆଉ କିଏ ସୁରକ୍ଷା ଦେବ ।। - - - - ୨
ସବୁ ନାରୀ ହେଉ ଅବା ପତ୍ନୀ ସବୁ ବନ୍ଧା ସ୍ୱାର୍ଥରେ ,
ଟିକିଏ ପାନରୁ ଚୂନ ଗଲେ ରୁହେ ସେ ଦୂରରେ ।
କେବେ ନଆସେ ହିଂସା କପଟ ତୋ ମନୁ,
ବିପଦ ମୁକ୍ତ ରଖୁ ଯେତେ କଷ୍ଟ ହେଲେ ନେଇ ନିଜ ଆଡୁ ।। - - - - ୩
ପାଟିକୁ ରୁଚେ ନାହିଁ ଅନ୍ୟର ରନ୍ଧା କ୍ଷୀରି ପୁରୀ ଅବା ପଳାଉ ,
ମନ ସବୁବେଳେ ଖୋଜେ ତୋ ହାତର
ମଣ୍ଡା କାକରା ଆରିସା ଅବା ଶାଗ ପଖାଳ ମିଳୁଥାଉ।
ହେଇଯାଏ ଆଶୀର୍ବାଦ ଯେତେ ଗାଳି ତୋର,
ଦୂରେ ଥିଲେ ମନେ ପଡେ ସବୁବେଳେ ମୋର ।। - - - - ୪
ତୋର ଋଣ ସୁଝି କିଏ ପାରିଛିକି ମା ମୋର,
ଏକ ନିମିଷର ତ୍ୟାଗ ପାଇ ସେବା ନିଅଣ୍ଟିବ ଏ ପୁରା ଜୀବନର ।
ସଦା ସର୍ବଦା ମୂର୍ଖ ଭଳି କିଛି କହି ଦେଉଥିବି ଦୁଃଖ ,
କିନ୍ତୁ ଆଜି ପୁଣି ନେଉଛି ଶପଥ ଜୀଇଁ ଥିବା ଯାଇ ଦେବି ନାହିଁ କଷ୍ଟ ।। - - - - ୫
