STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Abstract

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Abstract

ମାଆ ପରି କିଏ ହେବ

ମାଆ ପରି କିଏ ହେବ

1 min
238


ମାଆ ପରି କିଏ ହେବ

ଅଯାଚିତ ଭାବେ ଲୋଡା ଯା'

ସ୍ନେହ ମମତାରେ ଅଜାଡି ଦେବ,

ଅଳି ଅର୍ଦ୍ଦଳି ସବୁ କିଛି ସହିବ

ଘରୁ ଦଣ୍ଡେ ବାହାରି ଚାଲିଗଲେ

ଫେରିବା ବାଟକୁ ଅନାଇଁ ଥିବ

ମାଆ ପରି କିଏ ହେବ।

ଛୁଆର ଆଖି ଲୁହ ପୋଛିବା ପାଇଁ

ନିଜ ଆଖିରୁ ଲୁହ ଗଡାଉଥିବ,

ଭୋକ ଉପାସରେ ରହି ଦିନଯାକ

ପିଲାକୁ ଶରଧାରେ ଖୁଆଉ ଥିବ।

ଅଳିଆ ଅସନା ହେଲେ ବି

କୋଳେଇ ନେଇ ଗେଲ କରୁଥିବ,

ଧୂଳି ମଳି ମଳିନ ମୁହଁକୁ

ପଣତକାନିରେ ତା' ପୋଛି ଦେଉଥିବ

ମାଆ ପରି କିଏ ହେବ।

ହାତ ଧରି ଭଲ ବାଟେ ଚଲାଇବ

ପାଟି ମେଲି କହିବାକୁ ଶିଖାଇବ,

ପାଶେ ବସାଇ ଅକ୍ଷର ଲେଖି

ଆଙ୍ଗୁଳି ଧରି ଲେଖା କରାଇବ।

ସବୁରେ ମାଆ ସାହା ହୋଇବ

ରାହା ଦେଖାଇ ଆଗେଇ ନେବ,

ଗୋଟିଏ ମାଆର କୋଟିଏ ତ୍ୟାଗ

କହିଲେ କେବେ ନ ସରିବ

ଲେଖିଲେ କାଗଜ ନିଅଣ୍ଟ ପଡିବ

ମାଆ ପରି କିଏ ହେବ।

ମାଆର ଦରଦ ହୃଦୟ ବେଦନା

ଯେଉଁ ସନ୍ତାନ ଠିକ୍ ବୁଝିବ

ସେ ମାଆକୁ ଭକ୍ତି ସମ୍ମାନ କରିବ

ତାର ସେବା ଯତ୍ନରେ ରହିବ,

ମଣିଷ ପରି ମଣିଷଟିଏ ହୋଇବ

ହୃଦୟଙ୍ଗମ କରି ଅଭିଜ୍ଞତାରୁ କହିବ

ମାଆ ପରି କିଏ ହେବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract