ମାଆ ଓ ମମତା
ମାଆ ଓ ମମତା
ମାଆ ସେତ ମମତାର ଫୁଲ
ମାଆ ଅଞ୍ଚଳ ନେତ ମନ୍ଦିରର
ମାଆ ହୃଦୟ ଅଫିଟା ଦ୍ଵାର
ମାଆ ମନ ବୃନ୍ଦାବନ ବାରଣାସୀ
ମାଆ ଜାଳେ ଜଳେ ସତୀ ତୁଳସୀ
ମାଆ ସ୍ୱର୍ଗ ମର୍ତ୍ତ୍ୟ ପାରିଜାତ ଫୁଲ
ମାଆ ସମ ସଂସାରେ କିଏ ସମତୁଲ
ମାଆ ଆଖି ଲୁହ ଗଙ୍ଗା ପାଦ ମନ୍ଦାକିନୀ
ମାଆ ସ୍ନେହ ଆପତ୍ୟ ପାଇଁ ସ୍ରୋତସ୍ଵିନୀ
ମାଆ କୁ ବୁଝିବା ନୁହେଁ ସହଜ ସାଧ୍ୟ
ମାଆ ମନ ତଳେ ନଥାଏ କିଛି ଛନ୍ଦ
ମାଆ ନୁହେଁ କେବେ ଅବୁଝା ଦୂର୍ବୋଧ୍ୟ
ମାଆ ପରଶ ସନ୍ତାନର ଦୁରାଏ ବିପଦ
ମାଆ ମନେ ନଥାଏ ଛଳନା କିଛି
ମାଆ ଅମୃତ କଳସୀ ଜୀବନେ ଭରିଛି
ମଥାରେ ଯମୁନା କାବେରୀ ସରସ୍ଵତୀ
ତ୍ରିବେଣୀ ସଙ୍ଗମ ପାଦେ ପ୍ରଣାମେ ନିତି
ଶାନ୍ତି ପ୍ରୀତି ମୈତ୍ରୀ ଗଙ୍ଗା ହୃଦୟରେ
ସାନିଧ୍ୟ ସମ୍ମତି ସୃଜନୀ ଭରି
ମାଆ ଡାକ ଅମୃତମୟ ଏ ସଚରାଚରେ
ମାଆ ଓ ମମତା ଗୋଟିଏ ରଜ୍ଜୁରେ ବନ୍ଧା
ମମତା ରେ ମାଆ ଓ ସନ୍ତାନ ବନ୍ଧା
ମମତାର ନଈ ମାଆ ହୃଦୟେ
ପକ୍ଷୀ ସମ ସନ୍ତାନ ବକ୍ଷେ ନାଆ ବାହିଯାଏ
ମମତା ମଧୁର କଥା ତାହାର
ଶୁଣିଲେ ଲାଗଇ ତୁଳସୀ ବେଲ ପତର
ମାଆ ମମତାର କଳନା କାହିଁ
ସ୍ଵର୍ଗର ଅମୃତ ହୁଏତ କହି।
