STORYMIRROR

Sunanda Mohanty

Abstract Thriller Children

3  

Sunanda Mohanty

Abstract Thriller Children

ମାଆ ଓ ମମତା

ମାଆ ଓ ମମତା

1 min
207


ମାଆ ସେତ ମମତାର ଫୁଲ

ମାଆ ଅଞ୍ଚଳ ନେତ ମନ୍ଦିରର

ମାଆ ହୃଦୟ ଅଫିଟା ଦ୍ଵାର

ମାଆ ମନ ବୃନ୍ଦାବନ ବାରଣାସୀ

ମାଆ ଜାଳେ ଜଳେ ସତୀ ତୁଳସୀ

ମାଆ ସ୍ୱର୍ଗ ମର୍ତ୍ତ୍ୟ ପାରିଜାତ ଫୁଲ

ମାଆ ସମ ସଂସାରେ କିଏ ସମତୁଲ

ମାଆ ଆଖି ଲୁହ ଗଙ୍ଗା ପାଦ ମନ୍ଦାକିନୀ

ମାଆ ସ୍ନେହ ଆପତ୍ୟ ପାଇଁ ସ୍ରୋତସ୍ଵିନୀ

ମାଆ କୁ ବୁଝିବା ନୁହେଁ ସହଜ ସାଧ୍ୟ

ମାଆ ମନ ତଳେ ନଥାଏ କିଛି ଛନ୍ଦ

ମାଆ ନୁହେଁ କେବେ ଅବୁଝା ଦୂର୍ବୋଧ୍ୟ

ମାଆ ପରଶ ସନ୍ତାନର ଦୁରାଏ ବିପଦ

ମାଆ ମନେ ନଥାଏ ଛଳନା କିଛି

ମାଆ ଅମୃତ କଳସୀ ଜୀବନେ ଭରିଛି 

ମଥାରେ ଯମୁନା କାବେରୀ ସରସ୍ଵତୀ

ତ୍ରିବେଣୀ ସଙ୍ଗମ ପାଦେ ପ୍ରଣାମେ ନିତି

ଶାନ୍ତି ପ୍ରୀତି ମୈତ୍ରୀ ଗଙ୍ଗା ହୃଦୟରେ

ସାନିଧ୍ୟ ସମ୍ମତି ସୃଜନୀ ଭରି 

ମାଆ ଡାକ ଅମୃତମୟ ଏ ସଚରାଚରେ

ମାଆ ଓ ମମତା ଗୋଟିଏ ରଜ୍ଜୁରେ ବନ୍ଧା

ମମତା ରେ ମାଆ ଓ ସନ୍ତାନ ବନ୍ଧା

ମମତାର ନଈ ମାଆ ହୃଦୟେ

ପକ୍ଷୀ ସମ ସନ୍ତାନ ବକ୍ଷେ ନାଆ ବାହିଯାଏ

ମମତା ମଧୁର କଥା ତାହାର

ଶୁଣିଲେ ଲାଗଇ ତୁଳସୀ ବେଲ ପତର

ମାଆ ମମତାର କଳନା କାହିଁ

ସ୍ଵର୍ଗର ଅମୃତ ହୁଏତ କହି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract