STORYMIRROR

Sunanda Mohanty

Abstract Action Children

3  

Sunanda Mohanty

Abstract Action Children

ମାଆ ଓ ମମତା

ମାଆ ଓ ମମତା

1 min
179


ମାଆ ବୋଲି ଯେଉଁ ଦୁଇଟି ଅକ୍ଷର

ମମତା ଭିତରେ ଗଢା

ମାଆର ପଣତ ଜଗନ୍ନାଥଙ୍କ ନେତ

ବାସେ ଅବଢ଼ା ଅବଢ଼ା

ମାଆ ସ୍ନେହ ପରଶ ଆଣଇ ବିଶ୍ୱାସ

ସନ୍ତାନକୁ କରି ବଢ଼ାକୁଢା

ମାଆଟିଏ ଯଦି ଅଛି ସଂସାର ଭିତରେ

ସନ୍ତାନର ଆଉ କିବା ଲୋଡା

ସ୍ନେହ ପରଶରେ କହଇ ମୋ ଧନରେ

ପାଠ ପଢି ଚଢ଼ିବୁ କାଳିଆ ଘୋଡ଼ା

ମମତା ମୋତିରେ ମମତା ପ୍ରୀତିରେ ମାଆ

ସାହା ହୁଏ ସନ୍ତାନର ଯାହା ଲୋଡ଼ା

ମାଆର ମମତା କଳନା ନଥାଏ ସୃଷ୍ଟିରେ

କେମିତି ଅନ୍ତର ତାହାର ଗଢା

ପଶୁ ହେଉ ପକ୍ଷୀ ହେଉ ଗଛଟିଏ ଦେଖ

ସନ୍ତାନଟିଏ ତା ଲୋଡ଼ା

ହଜିଥିଲେ ଗଢ଼ିଦେବ ଭାଙ୍ଗିଥିଲେ ଆଣିଦେବ

ଯେତେ ସୁଖ ସନ୍ତାନର ଲୋଡ଼ା

ଖାଦ୍ୟ ନଖାଇ ପାଣି ନପିଇ ମାଆର

ଆଖି ବୁଲୁଥାଏ ଦୁଇ ଯୋଡ଼ା

ବିପଦ ଆପଦ ଆସିବାକୁ ମାଆ ଦିଏନା

ସଦା ସନ୍ତାନେ ଥାଏ ପଣତ ଘୋଡ଼ା

ସେହି ସନ୍ତାନ ବଡ଼ ହୋଇଗଲେ କରନା

ମାଆକୁ ଜମା ଅଲୋଡ଼ା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract