ମାଆ ଓ ମମତା
ମାଆ ଓ ମମତା
ମାଆ ବୋଲି ଯେଉଁ ଦୁଇଟି ଅକ୍ଷର
ମମତା ଭିତରେ ଗଢା
ମାଆର ପଣତ ଜଗନ୍ନାଥଙ୍କ ନେତ
ବାସେ ଅବଢ଼ା ଅବଢ଼ା
ମାଆ ସ୍ନେହ ପରଶ ଆଣଇ ବିଶ୍ୱାସ
ସନ୍ତାନକୁ କରି ବଢ଼ାକୁଢା
ମାଆଟିଏ ଯଦି ଅଛି ସଂସାର ଭିତରେ
ସନ୍ତାନର ଆଉ କିବା ଲୋଡା
ସ୍ନେହ ପରଶରେ କହଇ ମୋ ଧନରେ
ପାଠ ପଢି ଚଢ଼ିବୁ କାଳିଆ ଘୋଡ଼ା
ମମତା ମୋତିରେ ମମତା ପ୍ରୀତିରେ ମାଆ
ସାହା ହୁଏ ସନ୍ତାନର ଯାହା ଲୋଡ଼ା
ମାଆର ମମତା କଳନା ନଥାଏ ସୃଷ୍ଟିରେ
କେମିତି ଅନ୍ତର ତାହାର ଗଢା
ପଶୁ ହେଉ ପକ୍ଷୀ ହେଉ ଗଛଟିଏ ଦେଖ
ସନ୍ତାନଟିଏ ତା ଲୋଡ଼ା
ହଜିଥିଲେ ଗଢ଼ିଦେବ ଭାଙ୍ଗିଥିଲେ ଆଣିଦେବ
ଯେତେ ସୁଖ ସନ୍ତାନର ଲୋଡ଼ା
ଖାଦ୍ୟ ନଖାଇ ପାଣି ନପିଇ ମାଆର
ଆଖି ବୁଲୁଥାଏ ଦୁଇ ଯୋଡ଼ା
ବିପଦ ଆପଦ ଆସିବାକୁ ମାଆ ଦିଏନା
ସଦା ସନ୍ତାନେ ଥାଏ ପଣତ ଘୋଡ଼ା
ସେହି ସନ୍ତାନ ବଡ଼ ହୋଇଗଲେ କରନା
ମାଆକୁ ଜମା ଅଲୋଡ଼ା ।
