Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational

5.0  

BISWESWAR MAJHI

Inspirational

ମାଆ ମୋହର ସାହା

ମାଆ ମୋହର ସାହା

1 min
408


ମାଆ ମୋହର ସାହା

ପେଟରେ କେତେ ମାଡ ସହିଛି

ଅନ୍ତ ଫାଡି ମତେ ଜନ୍ମ ଦେଇଛି ।

ପେଟରୁ କାଟି ଖାଇବା ଦିଏ 

ପିଠିରୁ କାଟି ପିନ୍ଧାଇ ଦିଏ ।

ବଳକା ଖାଇ ଚଳେଇ ନବ 

ପଣତେ ସଦା ଘୋଡାଇ ଥିବ ।

ମୋ ରୋଗ ପାଇଁ ପଥି ସାଜିବ

ଗାଳି ଗୁଳିକୁ ଛାତି ପାତିବ ।

ସବୁ ଅଭାବର ମାଆ ମୋ ଭାବ

ଭବ ସଂସାରେ ଟାଣୁଆ ନାବ ।

ତା ପଣତ ଶୀରି ମନ୍ଦିର ନେତ

ଗାଳି ଟି ତା'ର ମନ୍ଦିର ବେତ ।

ତା ହାତ ରନ୍ଧା ମହା ପ୍ରସାଦ

ବଚନ ତା'ର ମୋ ପାଇଁ ବେଦ । 

ସଂସ୍କାର ତା'ର ସବୁଠୁ ବଡ

ପାଇ ମୁଁ ଯାହା ହୋଇଛି ବଡ ।

ନିଇତି ସେ ଶୁଭ ମନାସୁ ଥିବ

ମୋ ମାଆ ପରି କିଏ ହେବ !!

ମାଆ ହେ ମୋର ମାଆ

ଦୁନିଆଁରେ ତୁ ଏକା ସାହା ।



Rate this content
Log in

Similar oriya poem from Inspirational