Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Mishra

Abstract Drama Inspirational

3  

Santosh Mishra

Abstract Drama Inspirational

ମାଆ ମନ

ମାଆ ମନ

1 min
175


ଧନରେ

ପେଟରେ ଥିଲାବେଳେ

ଲାତ ମାରିଲୁ

କଷ୍ଟ ହେଉଥିଲା

ହେଲେ, ଖୁସି ଲାଗୁଥିଲା ।


ଜନ୍ମ ନେଲୁ

ଦିନରେ ଶୋଇକି

ରାତିରେ ଚେଇଁଲୁ

ତୋତେ ଧରି ଧରି

ରାତି ପାଇ ଯାଉ ଥିଲା ।


ଟିକେ ବଡ଼ ହେଲୁ

ଦୁଷ୍ଟ ଥିଲୁ ବୋଲି

ସାହି କଳି

ଘରେ ପୁରେଇଲୁ,

ମାଆ ମାନେ କହିଲେ

କାହ୍ନୁ ବୋଉ

ତୋ ପୁଅ

ମୋ ପୁଅର ମୁଣ୍ଡ ଫଟେଇଲା

ସାର୍ଟ ଚିରିଦେଲା

ହାତ ଭାଙ୍ଗିଦେଲା ।


ପାଠ ପଢ଼ିଲୁ

ବିଦ୍ୟାଳୟରେ ଶିକ୍ଷକ କହିଲେ

ତୁମ ପୁଅ 

ଅନେକ ଅଭିଯୋଗ

ଭାବିଥିଲି ବଡ଼ ହେଲେ ବଦଳି ଯିବ

ମାଆ ମନ ବୁଝିବ ।


ବଡ଼ ହେଲୁ

ଉଚ୍ଚ ପାଠ ପଢିବାକୁ

ଘର ଛାଡ଼ି ହଷ୍ଟେଲ ରେ ରହିଲୁ

ସାଙ୍ଗ ସାଥି ସହ ମିଶିଲୁ

କଣ ଖାଇଲୁ କଣ ନ ଖାଇଲୁ

ଏହି କଥା ଭାବି ଭାବି

ପିଲା ବେଳ ପରି

ନିଦ ହଜେଇ ଦେଲୁ ।


ଚାକିରୀ କଲୁ

ଆଞ୍ଜୁଳି ଚାଉଳ ଦେଇ

ବାହା କରେଇଲି ଯେ

ମାଆ କାନି ଛାଡ଼ି

ମାଇପ ହାତ ଧରିଲୁ

ଗାଁ ମାଟି ଛାଡ଼ି ଦେଲୁ

ମାଆ ମମତା ଭୂଲି ଗଲୁ।


ଏକା କରିଦେଲୁ

ମୋ ସ୍ୱପ୍ନର ସୁଖକୁ

ସ୍ୱପ୍ନରେ ରଖିଦେଲୁ

ଆଖିରେ ତୋ ଛବି

ଦେଖି ଦେଖି ନିଶ୍ୱାସ ହାରିଲି

ଦି ଘଡ଼ି କାନ୍ଦିଲୁ

ମନେ ପକେଇଲୁ

ପୁଣି ଭୂଲି ଗଲୁ ।


ହେଲେ

ସମାଜ ଆଗରେ

ମାତୃଭକ୍ତି ସନ୍ତାନ ଟିଏ ହୋଇ

ଫେସବୁକ ଇତ୍ୟାଦିରେ

ଫୋଟୋ ଓ ଭିଡ଼ିଓ ଛାଡ଼ି

ହେପି ମଦର୍ଶ ଡେ ଲେଖି

ପ୍ରଣାମ ଜଣାଇଲୁ ।


ଧନରେ

ବଞ୍ଚିଥିଲା ବେଳେ

ମାଆ ଆଖିର

ଦୁଇ ଟୋପା ଲୁହ ନ ପୋଛି

ଏ ସବୁ କାହିଁକି କଲୁ ।


Rate this content
Log in

Similar oriya poem from Abstract