STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ମାଆ ମହାଲକ୍ଷ୍ମୀ

ମାଆ ମହାଲକ୍ଷ୍ମୀ

1 min
372


ଭାବ ଭକତିରେ ପୂଜିଲେ ନିଷ୍ଠା ରେ

ମାଆ ମହାଲକ୍ଷ୍ମୀ ହୁଅନ୍ତି ତୋଷ

ଅମା ଅନ୍ଧକାର ଆସେ ଘୋଟିଘାଟି

ମାଆ ଯଦି ମୋର କରନ୍ତି ରୋଷ ।


ନୂଆ ମାଣ ନୂଆ ଧାନ ର ଚାଉଳ

ଘର ସାରା ପାରି ଚିତା

ଶ୍ରୀୟା ଚଣ୍ଡାଳୁଣୀ ପୂଜିଲା ମାଆଙ୍କୁ

ମନେ ଭରି ଭକ୍ତି ନିଷ୍ଠା

କୁଡ଼ିଆ କୁ ଆସି ସାହା ହେଲେ ମାଆ

ଢାଳିଦେଇ ସେତ ଶୁଭ ଆଶିଷ...


ବଡ଼ଦେଉଳରେ ଚହଳ ପଡ଼ିଲା

ଚଣ୍ଡାଳୁଣୀ ଘରେ ମାଆ

ଦେଉଳ କୁ ଯେବେ ଲେଉଟିଲେ ମାଆ

ପ୍ରଭୁ ଉଗାଳିଲେ ରାହା

ଅଭିମାନେ ମାଆ ଦରିଆ କୂଳରେ

ଦାସୀଙ୍କୁ ନେଇତ କରିଲେ ବାସ...


ଲକ୍ଷ୍ମୀ ଛାଡିଗଲେ ବଡ଼ଦେଉଳରୁ

ବାଉନ ଭଣ୍ଡାର ଖାଲି

ଛପନ ଭୋଗ ବା ରାନ୍ଧିବ କିଏସେ

ଦାସ ଦାସୀ ଗଲେ ଚାଲି

ଭୋକ ଉପାସରେ ବୁଲିଲେ ଠାକୁର

ବିତିଗଲା ଦିନ ବିତିଲା ମାସ ....


ଡହଳ ବିକଳ ହେଲେ ଦୁଇଭାଇ

ମିଳିଲାନି ମୁଠେ ଅନ୍ନ

ଲକ୍ଷ୍ମୀଛଡା ବୋଲି ସମସ୍ତେ ନିନ୍ଦିଲେ

ଲୁହ ଢାଳି ଗଲା ଦିନ

କପାଳକୁ ନିନ୍ଦି ଲକ୍ଷ୍ମୀ ଙ୍କୁ ଖୋଜିଲେ

କଲା କରମକୁ ଦେଇସେ ଦୋଷ...


କାଳିଆ ବଳିଆ ଅନୁତାପ କଲେ

ମାଆ ମୋ ଆସିଲେ ଫେରି

ସିଂହ ଦୁଆରରେ ପାଦ ଦେଉଦେଉ

ଦେଉଳ ଉଠିଲା ପୁରି 

ସେହିଦିନ ଠାରୁ ଭେଦଭାବ ଭାବ

ଶ୍ରୀକ୍ଷେତ୍ର ଧାମରୁ ହୋଇଲା ଶେଷ...


ବଡ଼ଦେଉଳରେ ମାଆଙ୍କ ପାଖରେ

ନିଇତି ଗହଳି ହୁଏ

ମନକଥା ଭକ୍ତ ମାଆଙ୍କୁ ଜଣାଇ

ଦୀପଟିଏ ଜାଳି ଦିଏ 

ଭକତ ବତ୍ସଳା ଦୟା ବରଷିଲେ

ଭକତ ଓଠରେ ଫୁଟଇ ହସ....


ମାଆଙ୍କର ମାସ ପୂଣ୍ୟ ମାର୍ଗଶିର

ଗୁରୁବାର ବସେ ମାଣ

ଘରେଘରେ ହୁଏ ମାଆଙ୍କର ପୂଜା

ଉତ୍ସବ ମୁଖର ଦିନ

ମାଆଙ୍କ ପୁରାଣ ମାଆଙ୍କ ଭଜନ

ଉଛୁଳି ପଡଇ ଏ ଦଶଦିଶ....


ଆହେ କୃପାମୟୀ ତୁମ କୃପାଦୃଷ୍ଟି

କରିବନି ବାରେ ଉଣା

ତୁମରି କରୁଣା ଉଣା ହୋଇଗଲେ

ଦୁନିଆଟା ବାଟ ବଣା

ତୁମରି ଆଶିଷେ ଅପସରି ଯାଉ

ଏ ସାରା ସଂସାରୁ ଅମା ଉଆଁଶ....।।



Rate this content
Log in

Similar oriya poem from Classics