ମାଆ,ମାଟି ଓ ମମତା
ମାଆ,ମାଟି ଓ ମମତା
ମାଆ ପରି କିଏ ହେବ
କୋଳ ତା ସରଗ ତୂଲ
ମାଆ ଡାକି ଦେଲେ
କୋଳେ ଲୋଟିଗଲେ
ଦୁଃଖ ସବୁ ହଜିଯାଏ
ମାଆ ପରି ହେବ କିଏ
ମାଟି ନୁହେଁ ସେ ତ ମାଆଟି
ମାଆ ପରି ସେତ ପାଳୁଛି
ଜୀବନେ ହୋଇଛି ସାହାଟି
କହେ ମୋ କୋଳକୁ ଆ ଟି
ନିଏ ସଦା ସେତ ପାଛୋଟି
ମମତା ତାର ଅମୂଲ ମୂଲ
ମଳୟ ପବନ ଚନ୍ଦନ ତୂଲ
ତା ବିନି କେ ହେବ ରାହାଟି
ମମତାର ଡୋରେ ବାନ୍ଧିଛି
ମା,ମାଟିର ମମତା କିଏ ବା ଭୁଲିଛି ।
