ମାଆ ମାଟି ମମତା
ମାଆ ମାଟି ମମତା
'ମ' ରୁ ମାଆ
'ମ' ରୁ ମାଟି
'ମ' ରେ ମମତା
ମାଆ ମାଟିରେ ମମତା
ମାଆରୁ ସୃଷ୍ଟି ଜୀବନ କୃତି
ମାଟିରୁ ଚିରାଚରିତ ପ୍ରକୃତି
ମାଆ ମାଟିମାଆ ଠାରେ ରଖ ପ୍ରୀତି ।
ମାଆ ଆମ ପଥ
ଦେଖାଏ ସେ ବାଟ
ମାଆ ଆମ ନାଆଁ
ମାଆ ବିନା ଅଚିହ୍ନା ଏ ଦୁନିଆ
ମାଟି ଆମ ମାଆ
ମାଟି ଆମ ସାହା
ମାଟି ବିନା କେ ଅଛି ନିଜର
କରିବାକୁ ଆହା !
ମାଆର ସେନେହ
ଆଦର ଯତନ
ସୁଖ ସୌଭାଗ୍ୟର ବିଳାସ ଭୁବନ
ତା' ଦରଦୀ ମନ ବକ୍ଷୁ ସୁଧା ପାନ
ଅମୃତଠୁ ବଳି ତୋଷଇ ମନ ।
ମାଟି ଆମ କୃତି
ମାଟି ଆମ ଖ୍ଯାତି
ଏ ମାଟି କୁ ସାଉଁଟି ସାଉଁଟି
ପାଇଛେ ଅନେକ ଅନୁଭୂତି
ମାଟିର ମହକ ସତରେ କୁହୁକ
ମଧୁପର ମଧୁ ଠାରୁ ମିଠା ଅଧିକ ।
ଏ ମାଟିରୁ ଗଢି
ଏ ମାଟିରେ ବଢି
ଏ ମାଟିର ପଥଧାରେ
ଦିନେ ଯିବା ବାହୁଡି, ଏ ମାଟିରେ ପୋଡି ।
ମାଆ ପାଇଁ ମାଟି ପାଇଁ
ଢଳିଯାଉ ମନପ୍ରାଣ
ମାଆ ମାଟି ମମତାର ମାନ
ଯୁଗେ ଯୁଗେ ରହୁ ଅକ୍ଷୁର୍ଣ୍ଣ।।
