STORYMIRROR

କବିଶ୍ରୀ ଅକ୍ଷୟ କୁମାର ବେହେରା

Abstract

2  

କବିଶ୍ରୀ ଅକ୍ଷୟ କୁମାର ବେହେରା

Abstract

ମାଆ ହିଙ୍ଗୁଳା

ମାଆ ହିଙ୍ଗୁଳା

1 min
139

ବ୍ରହ୍ମାଗ୍ନୀ ରୂପିଣୀ ଭଗବତୀ ମାତା

କଲ୍ୟାଣମୟୀ ହିଙ୍ଗୁଳା,

ବଡ ପୂଜା ପାଇଁ ମାଆଙ୍କର ପୀଠେ

ଲାଗିଛି ବିରାଟ ମେଳା


ଆସ ହେ ଭକତ ଯେତେ ଦରଶକ

ଦର୍ଶନେ ମା'ଙ୍କ ନିକଟ,

ମୟୂରଭଞ୍ଜର ବଡସାହି ଠାରୁ

ବେଶି ନୁହେଁ ଅଳ୍ପ ବାଟ


ସୁହାଗପୁର ଗ୍ରାମ ଶାଳ ବନରେ

ରହିଛି ମାଆଙ୍କ ପୀଠ,

ମା' ହିଙ୍ଗୁଳା ନାମେ ସାରା ଅଞ୍ଚଳରେ

ହେଉଛି ନାମ ବିଖ୍ୟାତ


ଚଳିତ ବରଷ ଫେବୃୟାରୀ ଚାରି

ମଙ୍ଗଳ ବାର ଅଟଇ,

ମାଆଙ୍କର ବଡପୂଜା ଏଇଦିନ

ଭକ୍ତଗଣ ଆସ ଧାଇଁ


ତିନିଦିନ ଧରି ଲାଗିବ ଏ ମେଳା

ଆନନ୍ଦ ଉଲ୍ଲାସ କେତେ,

ଭଳିଭଳି ସବୁ ଜିନିଷ ମିଳଇ 

ଆବଶ୍ୟକ ଥାଏ ଯେତେ


ଭକ୍ତଙ୍କର ଆଶା ପୂରଣ କରନ୍ତି

ଡୋରି ବାନ୍ଧି ମନାସିଲେ,

ଦୁଃଖ ଦୂରହୁଏ ଅଗ୍ନୀ ଭୟ ଯାଏ

ଦିନ ବିତେ ଅତି ଭଲେ


ସବୁଠୁ ଅମୃତ ମାଆଙ୍କ ପ୍ରସାଦ

ବାଜିଲେ ଭକତ ତୁଣ୍ଡେ,

ମାନସିକ ପୂଜା ସାମଗ୍ରୀ ଦିଅନ୍ତି

ଅଗନୀ ଉତ୍ସର କୁଣ୍ଡେ


ଯାହା ଜାଣିଥିଲି ସକ୍ଷେପେ ବର୍ଣିଲି

ଦୋଷ ଧରିବନି ମୋର,

ମାଆଙ୍କ ପୟରେ ଅଧମ ଅକ୍ଷୟ

କରଇ କୋଟି ଜୁହାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract