Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Children

3  

Sunanda Mohanty

Children

ମାଆ ହାତ ରନ୍ଧାରେ

ମାଆ ହାତ ରନ୍ଧାରେ

1 min
129



ମାଆ ହାତ ରନ୍ଧା ଖାଦ୍ୟ ସୁଆଦ

ଶାଗ ଖରଡ଼ି ଜାଇ ରଗଡ଼ି ସୁସ୍ୱାଦ

ଆମ୍ବିଳ ଖୁଦପିତା କାଞ୍ଜି ବେସର

ଚୂନା ମାଛ ଝୋଳ ବସାଦହି ଘୋଳ

ଲାଳ ଗଡେ ପାଟିରୁ ହସୁଥାଉ ନିର୍ବେଦ

ତା ହାତରେ କି ଯାଦୁ ଭାବି ଦୁର୍ଭେଦ୍ୟ

ପରିବାର ସୁଖ ପାଇଁ ଲୁଚାଇ ନିଜ ଅବସାଦ

ବାଢେ ସ୍ଵାମୀ ପୁତ୍ର କନ୍ୟା ଭାବେନି ବର୍ବାଦ

ସାହି ପଡ଼ୋଶୀ ବନ୍ଧୁ ବାନ୍ଧବ କୁଣିଆ ମୈତ୍ର

ସାଙ୍ଗ ସାଥୀ ଚିହ୍ନା ଜଣା ନଥାଏ ଭେଦ ଭାବ

ସଭିଙ୍କ ମନ ଜାଣି ମାନ ରଖେ ନିର୍ଦ୍ଦୋନ୍ଦ

ମୁଣ୍ଡାଇ ସଂସାର ଜଞ୍ଜାଳ ଛିଣ୍ଡାଇ ସାଂସାରିକ ଅଭେଦ

ତା ମମତା କଳିବାକୁ ମାପକାଠିରେ ଦ୍ୱନ୍ଦ

ସେଵିକା ସେ ଘରୋଇ ଉପଚାରେ ଦିଏ ଔଷଧ

ଗୀତା ରାମାୟଣ ମହାଭାରତ ପଢା ଅଗାଧ

ସବୁଜାଣେ ସହିଯାଇ ସତେ ଅବା ନିର୍ବୋଧ

ସଂଚାଳିକା ଗୃହକର୍ତ୍ତୀ କରେ ସୁଗମ ସହଜବୋଧ

ସରିହେବ ନାହିଁ ତା ରନ୍ଧା ସହ ହୋଟେଲ ଖାଦ୍ୟ

ଯେତେ ଯାହା ଖାଅ ମନେପଡ଼େ ବୋଉ ପରଷା ଭାତ

ପିଲାଦିନ ଖେଚେଚି ଦାହିଭାତରେ ମିଶା ଖୁଦ

 ମନେପଡେ ବଢ଼ାଭାତ ସଙ୍ଗେ ଆଳୁ ଚକଟାର ସ୍ଵାଦ

ସ୍ଵର୍ଗ ସୁଖ ମାଆ ହାତ ରନ୍ଧା ବଢ଼ା ସ୍ନେହ ସରାଗ



Rate this content
Log in

Similar oriya poem from Children