Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidutprabha Mishra

Inspirational Others Children

3  

Bidutprabha Mishra

Inspirational Others Children

ପୂର୍ବ ପୁରୁଷ

ପୂର୍ବ ପୁରୁଷ

1 min
110



ଯାହାଙ୍କ ର ଲହୁ ଶିରାପ୍ରଶିରାରେ

ରକତ ଭାବରେ ବହେ,

ଯାହାଙ୍କ ନୀତି ସଂସ୍କାର ଆଦର୍ଶ

ଜୀଵନେ ବାଟ କଢାଏ l

ଆମ ପୂର୍ବ ପୁରୁଷ ଟି ସିଏ,

ଯାହାଙ୍କ ନାମରେ ସମାଜ ଭିତରେ

ଆମେ ପରିଚିତ ହୁଏ ll

 ପୂର୍ବଜ ସେମାନେ ଅଟନ୍ତି ଆମର 

ଜୀବନ୍ତ ଠାକୁର କହି,

ଜେଜେ ବାପା ଠାରୁ ଉପରକୁ ଯେତେ 

ପୂର୍ବ ପୁରୁଷ ଯେ ସେହି l

ଆମ ପୂର୍ବ ପୁରୁଷଟି ସିଏ,

ପ୍ରତି ପଦ ତାଙ୍କ ଜୀବନ ମାଳିକା

ପ୍ରେରଣାର ଉତ୍ସ୍ୟ ଟିଏ ll

ପୂର୍ବ ପୁରୁଷଙ୍କ ଶାପ ମୁକ୍ତ ପାଇଁ

ଭଗିରଥ ମହା ମୁନି,

କେତେ ତପ ବଳେ ମରତେ ଆଣିଲେ 

ପୁଣ୍ୟମୟୀ ମନ୍ଦାକିନୀ l

ଶାପ ମୁକ୍ତି ସହ ପୁଣି,

ଶସ୍ୟ ଶ୍ୟାମଳାଓ ପବିତ୍ରହୋଇଲା 

ଆମରି ଧରଣୀ ରାଣୀ ll

ଆମରି ପୂର୍ବଜ ଜିତିଥିଲେ ପରା

ଗଙ୍ଗା ଠାରୁ ଗୋଦାବରୀ,

ଭରତ ଙ୍କ ନାମେ ଭାରତ ନାମିତ

ତାଙ୍କରି ସ୍ମୃତିକୁ ଧରି l

ପୂର୍ବଜଙ୍କନାମ ଧରି,

ଭକତି ଚିତ୍ତ ରେ ପ୍ରଣତି ଢ଼ାଳିବା

ତାଙ୍କ ତ୍ୟାଗ କୁ ସୁମରି ll

ଗଢ଼ିଥିଲେ କେତେ ସୌଧ ଦେବାଳୟ

ବନ୍ଦର ଠୁଁ ବନ୍ଧ ଯାଏଁ,

ତାଙ୍କହାତେ ଗଢ଼ା ସବୁ ଜିନିଷକୁ 

ଆମେ ଭୋଗ କରୁଥାଏ,

 ନଷ୍ଟ ସବୁ ଆଜି ହୁଏ,

ପୂର୍ବଜ ଙ୍କ ସ୍ମୃତି ସାଇତି ରଖିଲେ

ତାଙ୍କ କୃପା ମିଳିଥାଏ ll


Rate this content
Log in

Similar oriya poem from Inspirational