" ନିଜକୁ ନିଜର ପ୍ରଶ୍ନ "
" ନିଜକୁ ନିଜର ପ୍ରଶ୍ନ "
ଆମେ କେବେ ଆମ ହୃଦୟକୁ ଝୁଙ୍କି ଦେଖିଛେ କି_
ଯେଉଁ ମାନେ ନିଜକୁ ତଳି ତଳାନ୍ତ କରି
ଆମକୁ ଠିଆ କରାଇଲେ
ତାଙ୍କ ହୃଦୟରେ
ଯାଗା ଟିକେ ଅଛି କି ?
ମାଟି , ପାଣି, ବୃକ୍ଷରାଜି ଆଉ
ଆମ ଧରିତ୍ରୀ ମାଆ
ଆମକୁ ଯାହା ଦେଇଛି
ତାକୁ ସୁଝିବାର ସମ୍ବଳ
ଆମ ପାଖେ ଅଛି କି ?
ଏ ସବୁର ସୁରକ୍ଷା ପାଇଁ
ହୃଦୟର ଛୋଟ ଯାଗା ଟିଏ ଅଛି କି ?
ଆମେ ଆମ ହକ୍ ର ବାନା
ଫର ଫର ଉଡ଼ାଇଛେ
ହେଲେ,
ଯେଉଁମାନଙ୍କ ଦାନରେ ଆମେ
ଜୀଇଁଛେ
ତାଙ୍କ ହକ୍ କୁଆଡ଼େ ଗଲା ?
ଆମେ କି ଭୁଲିଗଲେ ନିଃଶ୍ୱାସ -ପ୍ରଶ୍ୱାସ, ଅୟେସ-ଆରାମ,
ଆଉ ଏ ଦେହର ପ୍ରତିଟି ରକ୍ତବିନ୍ଦୁ
ଆଉ କାହା ଦାନରେ ତିଆରି _
ହୃଦୟକୁ ଝୁଙ୍କି କେବେ ଦେଖିଛେ କି
ଅଛି କି ସେମାନଙ୍କ ପାଇଁ ଯାଗାଟିଏ ?
ବସ୍ତୁ ସର୍ବସ୍ୱତାର ଚକା ଭଉଁରୀରେ
ମୁଠା ମୁଠା ସ୍ଵାର୍ଥର ଡଅଁର
ଆମକୁ ଟାଣି ନେଉଛି
କେଉଁ ଏକ ଅନ୍ଧାରି ଇଲାକାକୁ _
ଯାହା ଆମ ମନ ମସ୍ତିସ୍କରେ ନାହିଁ ।
କିନ୍ତୁ ,
ଆମେ ସେଠୁ ବାହାରି ଆସିବାର
ପ୍ରୟାସ ତ କରି ପାରିବା !!
ଯେଉଁ ପ୍ରୟାସରେ ମଖା ଥିବ
ସତ୍ୟକୁ ଅନ୍ୟଭବ କରିବାର
ଅନନ୍ୟ ମହକ ।
ତେଣୁ,
ଚାଲ ଆମେ -
ଆମ ହୃଦୟରେ
ଅନ୍ୟ ପାଇଁ
ସୁନ୍ଦର ଯାଗା ଟିଏ ସୃଷ୍ଟି କରିବା_
ଯେଉଁଠି ପ୍ରେମ - ଭଲ ପାଇବାର
ଦିଆନିଆ ଚାଲିଥିବ-
ଯାହାର ଗଭୀରତା
ଏତେ ଥିବ ଯେ -
ତାହା ଆମ ସଭ୍ୟତାକୁ ଆଗେଇ ନେବାର
ମୂଳମନ୍ତ୍ର ହେବ -
ହଁ, ଚାଲ ଆମେ ହୃଦୟକୁ ଟିକେ ଝୁଙ୍କି
ନିଜକୁ ନିଜେ ପ୍ରଶ୍ନ କରିବା -
ନିଜକୁ ନିଜେ ପ୍ରଶ୍ନ କରି
ନିଜକୁ ସଜାଡ଼ିବା ।