କର୍ମ କ୍ଷେତ୍ରେ ଯାଆ ରେ ଧନ
କର୍ମ କ୍ଷେତ୍ରେ ଯାଆ ରେ ଧନ
ବରଷକେ ଥରେ ମନେପଡେ ମାଆ
ଶରୀର ଅସୁସ୍ଥ ହେଲେ
ଜ୍ଵର ର ଅବସ୍ଥା ବର୍ଣ୍ଣିବା ନିମିତ୍ତ
ଭାଇ ଭଉଣୀ ଧାଇଁଲେ l
ନବଦିନ ରହି ବାହୁଡ଼ି ଯାଆନ୍ତି
କର୍ମ ଭୁମି ଶିରୀକ୍ଷେତ୍ର
ମାଆ କାନ୍ଦୁଛନ୍ତି ବାହୁନି ବାହୁନି
ନ ଯା ଛାଡି ମୋର ସୁତ l
ଗଜପତି ରାଜା କାଳିଆ କୁ ରାଜା
କରି ଦାସ୍ୟ ଭାବ ବହି
ଛେରା ପହଁରା ତ ରଥରେ କରନ୍ତି
ଆତ୍ମ ବଡ଼ିମା ନଥାଇ l
ଭାଇ ଭଉଣୀ ଓ ସେବକ କୁ ଧରି
ବାହୁଡ଼ି ଯାଆନ୍ତି ରଥେ
ମାଉସୀ ମାଆ ଟି ପୋଡ଼ ପିଠା ଧରି
ଠିଆ ହୋଇ ଥାଏ ପଥେ l
ଶରଧା ବାଲିଟା ଧନ୍ୟ ହୋଇଯାଏ ଧନ୍ୟ ହୁଏ ବଡ଼ଦାଣ୍ଡ
ଭକତ ଗହଳି ଦେଖଇ କାଳିଆ
ଚାନ୍ଦୁଆ ତ ମେଘ ଖଣ୍ଡ l
ଜାତୀୟ ଦେବତା ଉତ୍କଳ ର ସେହି ରଖନ୍ତି ଭକତ ମାନ
ଭକତ ପାଇଁ କି ସବୁ କରି ପାରେ
ନାହିଁ ତାର ସ୍ୱାଭିମାନ l
ମାନବୀୟ ଲୀଳା କରୁଅଛ ପ୍ରଭୁ
ଜଗତ ର ଶିକ୍ଷା ପାଇଁ
ବଡ଼ ଭାଇ ପାଏ ବଡ଼ର ସଂମାନ ସାନ ସରବଦl ସ୍ନେହୀ l
ହଳ ଲଙ୍ଗଳ କୁ ବଳରାମେ ଦେଇ
କୃଷିକୁ ଅଗ୍ରାଧିକାର
ଜନ ସମାଜକୁ ଜଣାଉଛ ପ୍ରଭୁ
କୃଷକ ଅଟଇ ସାର l
ଶୁଭଦ୍ରା ଭଉଣୀ ସାଥିରେ ନେଉଛ
ମଝିରେ ନେଉଛ ତାଙ୍କୁ
ଦୁଇ ଭାଇ ମିଶି ଭଉଣୀ ସୁରକ୍ଷା
ଦେଖାଅ ଜଗତ ଯାକୁ l
କି ସୁନ୍ଦର ତଵ ମାନବୀୟ ଲୀଳା
କିଏବା ପାରିବ କହି
ଚତୁର୍ମୁଖେ ବ୍ରହ୍ମା ବର୍ଣ୍ଣି ନପାରନ୍ତି
ମୋହିନୀ ରେ ଶିବ ବାଇ l
ଝୁଲି ଝୁଲି ଚାଲେ କାଳିଆ ହାତିଟି ଏଣିକି ତେଣିକି ଚାହିଁ
ଅକିଞ୍ଚନ ପରେ କୃପା ଦୃଷ୍ଟି ଦିଅ
ରଥେ ଥରେ ଦେଖୁ ଯାଇ
ପ୍ରଭୁ ହେ, ରଥେ ଥରେ ଦେଖୁ ଯାଇ ।