STORYMIRROR

Trushna Das

Abstract Others Children

3  

Trushna Das

Abstract Others Children

ମାଆ ହାତ ରନ୍ଧା

ମାଆ ହାତ ରନ୍ଧା

1 min
307

ସବୁଠାରୁ ପ୍ରିୟ ଖାଦ୍ୟ ମାଆ ହାତ ରନ୍ଧା 

    ମିଶି ରହିଥାଏ ସେଥିରେ କେତେ ଯେ ସ୍ନେହ ଶ୍ରଦ୍ଧା 

ମାଆ ପରସି ଦେଲେ ତାକୁ 

    ମନ ଉଚ୍ଛନ୍ନ ହୁଏ ଖାଇବାକୁ।।


ସବୁଠାରୁ ପ୍ରିୟ ଖାଦ୍ୟ ମାଆ ହାତ ରନ୍ଧା 

    ତାହାର ସ୍ୱାଦ ଯେ କେତେ ନିଆରା 

ମନ ଜାଣି ମାଆ କରି ଥାନ୍ତି ରୋଷେଇ 

   ଘରର ସମସ୍ତଙ୍କ ପାଇଁ।। 


ସବୁଠାରୁ ପ୍ରିୟ ଖାଦ୍ୟ ମାଆ ହାତ ରନ୍ଧା 

    କେତେ ଯେ ସୁଗନ୍ଧ ଭରା

ନାନା ପ୍ରକାର ବ୍ଯଞ୍ଜନରେ ପରିପୂର୍ଣ୍ଣ 

    ସବୁବେଳେ ତାହା ଲୋଭନୀୟ।। 


ସବୁଠାରୁ ପ୍ରିୟ ଖାଦ୍ୟ ମାଆ ହାତ ରନ୍ଧା

    ସବୁବେଳେ ଖାଇବାକୁ ହୁଏ ଇଚ୍ଛା 

ଦୂରେ ଥିଲେ ମନ ଯାଏ ତରସି

    ଇଚ୍ଛା ହୁଏ ମାଆ ହାତ ରନ୍ଧା ଖାଇବାକୁ ମାଆ ପାଖେ ବସି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract