STORYMIRROR

Samita Swain

Inspirational

4  

Samita Swain

Inspirational

ମାଆ ଗୋ କାଳିକା ଶ୍ୟାମା ମୁକ୍ତିପ୍ରଦା

ମାଆ ଗୋ କାଳିକା ଶ୍ୟାମା ମୁକ୍ତିପ୍ରଦା

1 min
495

ମାଆ ଗୋ ଚିନ୍ମୟୀ ଆରକ୍ଷ ରକ୍ଷଣୀ

  ମହାଶକ୍ତି ମହାମାୟୀ

ଭବଭୟ ନାଶି ଆଶିଷ ବରଷି 

  ପଥ ମାଆ ଦିଅ ବତାଇ।।


ମାଆ ଗୋ ଅରୂପା ଶ୍ୟାମା ମୁକ୍ତିପ୍ରଦା

  ଦୀନ ଦୁର୍ଗତନାଶିନୀ

ଆଦିଶକ୍ତି ମାତା ଅବ୍ୟକ୍ତ ଅବ୍ୟକ୍ତା

  ମହାକାଳୀ କାତ୍ୟାୟନୀ।।


ମାଆ ଗୋ' କାଳିକା ତୁ' କାଳାତୀତା

  ମୁଣ୍ଡ ମଣ୍ଡିତା ତ୍ରିନେତ୍ରା 

ଅମ୍ବେ,ଅମ୍ବାଳିକା, ଅମ୍ବିକା,ପାଳିକା

  ଦର୍ପହାରିଣୀ ମା ଚିତ୍ରା ।।


ମାଆ ଗୋ ଚର୍ଚ୍ଚିକା ତୁ ଜଗଦମ୍ବିକା 

 ସଚରାଚର ପାଳିକା

ପୂର୍ଣ୍ଣ ବ୍ରହ୍ମମୟୀ ଭବ ତରଙ୍ଗିଣୀ 

ମେଘବର୍ଣ୍ଣା ମାଆ ଚଣ୍ଡୀକା।।


ମାଆ ଗୋ ତ୍ରିମୂର୍ତ୍ତି ବଇଷ୍ଣବୀ ଶକ୍ତି 

  ତ୍ରିପୁରର ଅଧିଷ୍ଟାତ୍ରୀ

ସୃଷ୍ଟି, ସ୍ଥିତି, ଆଉ ବିଲୟ କାର୍ଯ୍ୟରେ

  ତୁ ମାଆ ସଂହାରକର୍ତ୍ତୀ।।


ଚତୁର୍ବର୍ଗଦାତ୍ରୀ ମାଆ ସର୍ବଧାରା

 ଅଦ୍ୱିତୀୟା ଆଦିମାତା

ଅନନ୍ତ କୋଟିର ବିଶ୍ୱବ୍ରହ୍ମାଣ୍ଡରେ 

 ସର୍ବତ୍ର ମାଆ ବିରାଜିତା।।


ଅଧର୍ମ, ଅନ୍ୟାୟ ପ୍ରତିହତ କର

  ତମସାକୁ କରି ଦୂର

ପ୍ରଜ୍ଜ୍ଵଳିତ କର ଜ୍ଞାନ ଆଲୋକ ମାଆ

  ଯୋଡୁଛି ମୁଁ ଦୁଇ କର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational