ମା
ମା
“ଅମାବାସ୍ୟାର ଅନ୍ଧକାରରେ ଥିଲି ମୁଁ
ଦୁନିଆର ଆଲୋକ ଦେଖାଇଲୁ ତୁ
ଦଶ ମାସ ଦଶ ଦିନ ଗର୍ଭରେ ଧରି
ସଂସାର ରେ ଜନମ ଦେଲୁ ତୁ!!!...”
ପରିବାର ପାଇଁ ଦିଏ ନିଜର ସର୍ବସ୍ବ
ତାପାଇଁ କି ତିଥି କି ବାର କି ଦିବସ ମାସ!
ଦିନରାତି କାମକରି ଥକେନାହିଁ ସେ ଜମା
ବିନା ବେତନରେ ସବୁକରେ ଆମରି ମା!
ସଂସାରର ସବୁ ଦୁଃଖକଷ୍ଟ ସେ ସହିଯାଏ
ତା ପରି ଧର୍ଯ୍ୟଶକ୍ତି କାହାପାଖେ ନଥାଏ!
ତା ପରି କିଏବା ହେବ ଏ ସାରା ଜଗତେ...
କିଛି କୁହେନି ତାକୁ ମୁଁ,
ସେ କିନ୍ତୁ ସବୁ ବୁଝିଯାଏ।
ଭଗବାନ ନ ହୋଇପାରେ ସେ,
କିନ୍ତୁ ତାଙ୍କ ଠାରୁ କମ୍ ବି ନୁହେଁ l
ସକାଳର ସୂର୍ଯ୍ୟ କିରଣ ଆଗରୁ
ତା କଅଁଳ ଛୁଆଁ ହିଁ ମୋ ପାଇଁ
ଲକ୍ଷେ ସଂଜୀବନୀ,
ମୋ ଆଶାର ପ୍ରତିଟି କିରଣ
ମୋ ଜୀବନର ସବୁ ପଦଚିହ୍ନ,
ସବୁ ତୋ'ରି ଅବଦାନ ମା l
ତେବେ ଖାଲି ଗୋଟେ ଦିନର କି ପ୍ରୟୋଜନ,
ମୋ ଜୀବନ ତୋ'ଠୁ ଆରମ୍ଭ ତୋ'ଠି ଶେଷ ମା
ମୋ ଶେଷ ନିଃଶ୍ଵାସରେ ବି କେବଳ ତୋ'ରି ନା ମା ।