ମା'-୧
ମା'-୧
ମା'
ଆର୍ଶିବାଦର ଭଣ୍ଡାର
ସଂସ୍କାରର ଗନ୍ତାଘର,
ସୁଖ ନିଦ୍ରା ଦେଇଥାଏ
ନିଜେ ରହି ଊଜାଗର ।
ମା'
ଯଶୋଦାର ସ୍ନେହ
ଦେବକୀର କୋହ,
ସନ୍ତାନର ସୁଖ ପାଇଁ
ପିଇଯାଏ ଆଖି ଲୁହ ।
ମା'
ଧୈର୍ଯ୍ୟର ହିମାଳୟ
ସନ୍ତାନର ବିଦ୍ୟାଳୟ,
ତା'ରି ପାଇଁ ଏ ସଂସାରରେ
ଅଛି ଆମ ପରିଚୟ ।
ମା'
ଲକ୍ଷ୍ମୀ ସିଏ,ଦୁର୍ଗା ସିଏ
ପୁଣି ଅଟେ ମହାକାଳୀ,
ଦୁଷ୍ଟ ବିନାଶନ କରେ
ଧରା ପୃଷ୍ଠେ ନିଜେ ଅବତରି ।
