STORYMIRROR

Sanjay Kumar

Children Others

3  

Sanjay Kumar

Children Others

ମା'

ମା'

1 min
14.2K


ମା'

ସଂଜୟ କୁମାର ସାହୁ

ମା' ମା' ବୋଲି ଡାକୁଛେ ଯାହାକୁ
ସେ ତ ମମତାମୟୀ,
ତା'ରି ପଣତ ରହିଥାଏ ସଦା
ଯେମିତି ବାଟୋଇ ପାଇଁ ଛାଇ ।
ମା'ର ମମତା ସାଜି ସମ୍ପର୍କ ଡୋରି
ତା'ରି ସ୍ନେହ ମନକୁ କରିଲା ଚୋରି ।
ମା' ନାମରୁ ବିଦ୍ୟା ଆରମ୍ଭ କରି
ଅନେକ ମୂରୁଖ ବିଦ୍ୟା-ସାଗରରେ ହୋଇଛନ୍ତି ପାରି ।
ରାତିଦିନକୁ ଏକ କରି
ବଞ୍ଚାଇରଖେ ନିଜକୁ ମାରି ।
ଚାଲି ଶିଖିଛେ ତା ହାତ ଧରି
ବଡ଼ ମଣିଷ କରିବା ସ୍ୱପ୍ନ ତା'ରି ।
ଛାତିକୁ ପଥର କରି
ସଇନିକ ସାଜି
ବିନାଶ କରିଛି ଆମରି ଅରି ।
ଜନମ ନଦେଇ
ମା' ହେଲେ ଟେରେସା ସେବା କରି, 
ମୀରା ହେଲେ ଶ୍ରୀମା' ଭକ୍ତିର ନୌକା ଧରି,
ମା' ସମ କେହି ନୁହଁଇ ସରି
ମୂରୁଖ ପାରିନି
ତା'ର କଳନା କରି,
ମାଆ ସାହା ଯାହାରି
କିଏ ବା ତା'ର ‌କ'ଣ କରିଛି ପାରି !!

*****


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children