STORYMIRROR

Santosh Pattnayak

Inspirational Others

3  

Santosh Pattnayak

Inspirational Others

ମା' ତୋ ପରିଚାୟକ

ମା' ତୋ ପରିଚାୟକ

1 min
11.6K


ଭାରତ ବରଷେ ଓଡିଶା ରାଇଜ 

   ଯାହା ଦେଖୁଅଛ ଆଜ

ଯୋଗଜନ୍ମାଙ୍କର ଉପହାର ଇଏ 

    ହେଜରେ ଶାସକ ହେଜ.... 


ଏ'ମାଟି ପୁଅଟା ଖଟୁଚି ଦାଦନ 

   ଅତୀତେ ଥିଲା ବଣିଜ

କାହାରି ମଙ୍ଗଳେ ଶାସନ କରୁଚ 

    ମୁଖକୁ ନାଇଁ ତ ଲାଜ 

ସ୍ମୃତିଟାକୁ ଆଜି ଅଲୋଡା ଭାବିଲ 

    ପାଳିବନି ଏ ଦିବସ !

ଧିକ ଧିକ ତୁମ ଆନ୍ତରିକତାଟା 

    ଧନ୍ୟ ତୁମ ବୁଦ୍ଧି ଚାଷ .....


ବିଛିନ୍ନାଞ୍ଚଳକୁ ମିଶେଇବା ଲକ୍ଷ୍ୟ 

    ତୁମଠାରୁ ନାଇଁ ଆଶା 

ନିଜ ସ୍ବାର୍ଥ ପାଇଁ ଦେଶ ବିକିପାର 

    ଏଇ ତୁମ ଅଙ୍କକଷା

ଦିସାହୀନ ନୀତି ହେବକି ପ୍ରଗତି 

    ଫାଟିଲା କଳିଙ୍ଗ ମାଟି

ଜାଗ ଭ୍ରାତାଗଣ ହୁଅ ସାବଧାନ 

     ପଛରେ ପକାଅ ଖଟି .....


ସଂଗ୍ରାମୀ ନାୟକ ବୀରଙ୍କ ଦାୟଦ

    ଜାଗ କବିଗଣ ଜାଗ 

ଲେଖନୀରୁ ତୁମ ଅଗ୍ନି ବର୍ଷାକର 

   ସ୍ବାର୍ଥ ଛାଡି କର ତ୍ୟାଗ 

ନତମସ୍ତ ହେଉ ତୁମରି ସାହସେ 

     ଆଜିର ଏଇ ଶାସକ

 ମାଆକୁ ନଭୁଲୁ ବିପଦ କାଳରେ 

   ମାଆ ତା' ପରିଚାୟକ .....


ପରିଚାୟକ : କୌଣସି ବ୍ୟକ୍ତିକୁ ଅନ୍ୟ କୌଣସି ବ୍ୟକ୍ତି ବା ଦୁନିଆଁ ସଙ୍ଗେ ଯେ ପରିଚୟ କରାଇଦିଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational