ମା ସରସ୍ଵତୀ ବନ୍ଦନା
ମା ସରସ୍ଵତୀ ବନ୍ଦନା
ବିଦ୍ୟାପ୍ରଦାୟିନୀ ମାଆ ସରସ୍ଵତୀ
ତୋର ପାଦପଦ୍ମେ କୋଟି ପ୍ରଣତି
ମରାଳ ବାହିନୀ ଅବ୍ଜ ଅସୀନା
ହସ୍ତରେ ତୋହର ପୁସ୍ତକ ବୀଣା
ଶ୍ୱେତାମ୍ବରୀ ଶ୍ୱେତ ପୁଷ୍ପର ହାର
କରେ ଧରିଅଛୁ ରୁଦ୍ରାକ୍ଷ ମାଳ
ଜିଣି ମାରତଣ୍ଡ ଜ୍ୟୋତି ତୋହର
କୋଟି ଚନ୍ଦ୍ର ଠାରୁ ଅଟେ ଶୀତଳ
ପଦ୍ମାସନୀ ଦେବୀ ହେ ମହାଶକ୍ତି
ବାଗଦେବୀ ଭାରତୀ ହେ ଭଗବତୀ
ଅସୀମ ଜ୍ଞାନର ଅଧିକାରିଣୀ
ତୋ ପ୍ରସାଦୁ ମୂର୍ଖ ହୁଅଇ ଜ୍ଞାନୀ
ତୋର କୃପା ବଳେ ଯେ କାଳିଦାସ
ମହୀରେ ରଖିଲେ ଅଖଣ୍ଡ ଯଶ
ସଦବୁଦ୍ଧି ସଦଜ୍ଞାନ ଦାୟିନୀ
ଅଭୟଦାୟିନୀ ମାଆ ବୀଣାପାଣି
ବାଗଦେବୀ ମୋ କଣ୍ଠେ ହୁଅ ବିଜୟ
ତୋ ଆଶିଷେ ହେଉ ମୋହର ଜୟ
ଅଧମ ଅବୋଧ ମୁଁ ତୋର ସନ୍ତାନ
ତ୍ରୁଟି ଥିଲେ ମାତା ଦୋଷ ନ ଘେନ
