STORYMIRROR

Ramachandra Bhutia

Inspirational

3  

Ramachandra Bhutia

Inspirational

ମା ସରସ୍ଵତୀ ବନ୍ଦନା

ମା ସରସ୍ଵତୀ ବନ୍ଦନା

1 min
620

ବିଦ୍ୟାପ୍ରଦାୟିନୀ ମାଆ ସରସ୍ଵତୀ

ତୋର ପାଦପଦ୍ମେ କୋଟି ପ୍ରଣତି


ମରାଳ ବାହିନୀ ଅବ୍ଜ ଅସୀନା

ହସ୍ତରେ ତୋହର ପୁସ୍ତକ ବୀଣା


ଶ୍ୱେତାମ୍ବରୀ ଶ୍ୱେତ ପୁଷ୍ପର ହାର

କରେ ଧରିଅଛୁ ରୁଦ୍ରାକ୍ଷ ମାଳ


ଜିଣି ମାରତଣ୍ଡ ଜ୍ୟୋତି ତୋହର

କୋଟି ଚନ୍ଦ୍ର ଠାରୁ ଅଟେ ଶୀତଳ


ପଦ୍ମାସନୀ ଦେବୀ ହେ ମହାଶକ୍ତି

ବାଗଦେବୀ ଭାରତୀ ହେ ଭଗବତୀ


ଅସୀମ ଜ୍ଞାନର ଅଧିକାରିଣୀ

ତୋ ପ୍ରସାଦୁ ମୂର୍ଖ ହୁଅଇ ଜ୍ଞାନୀ


ତୋର କୃପା ବଳେ ଯେ କାଳିଦାସ

ମହୀରେ ରଖିଲେ ଅଖଣ୍ଡ ଯଶ


ସଦବୁଦ୍ଧି ସଦଜ୍ଞାନ ଦାୟିନୀ

ଅଭୟଦାୟିନୀ ମାଆ ବୀଣାପାଣି


ବାଗଦେବୀ ମୋ କଣ୍ଠେ ହୁଅ ବିଜୟ

ତୋ ଆଶିଷେ ହେଉ ମୋହର ଜୟ


ଅଧମ ଅବୋଧ ମୁଁ ତୋର ସନ୍ତାନ

ତ୍ରୁଟି ଥିଲେ ମାତା ଦୋଷ ନ ଘେନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational