STORYMIRROR

Minakshi Samal

Inspirational Others

3  

Minakshi Samal

Inspirational Others

ମା'ର ସ୍ନେହ

ମା'ର ସ୍ନେହ

1 min
362

ମା'ହାତୀ ଚାଲେ କାନ ହଲେଇ

ଶାବକଟିକୁ ବୋକ ଦେଇ ଦେଇ।


ପାଖେ ରଖି ଯତ୍ନେ ଆଗକୁ ବଢେ

ଚତୁର୍ଦ୍ଦିଗେ ମା'ର ନଜର ପଡେ।


ଆଖପାଖ ଗଛୁ କଅଁଳ ଡାଳ

ଭାଙ୍ଗିଆଣି ଦିଏ ଛୁଆକୁ ତା'ର।


ନଦୀର ଧାରରେ ଛୁଆକୁ ଶୋଇ

ସରୁବାଲି ଘସେ ଦେହରେ ନେଇ।


କଦଳୀ ଦି ଫେଣା ପାଇଛି ଆଜି

ପିଲା ପାଇଁ ତା'ର ରଖିଛି ହେଜି।


ପାଖରେ ବସାଇ ଦେଲା ଖୁଆଇ

ଚମକିଲା ସାମନାକୁ ଅନାଇ।


ଶିକାରୀ ଦୁଇଟି ଧରି ବନ୍ଧୁକ

ବାନ୍ଧି ନେବାପାଇଁ ଥିଲେ ଉଦ୍ୟତ।


ବିକଟାଳ ରଡି ମାଆ ଛାଡିଲା 

ପଶୁଙ୍କର ସୈନ୍ୟ ମାଡି ଆସିଲା।


ଘଉଡାଇ ଦେଲେ ଶିକାରୀ ଗଣେ

ନିର୍ଭୟେ ରହିଲେ ନିଜର ବଣେ।


ମିନାକ୍ଷୀ ସାମଲ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational