Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kadambari Mohakhud

Classics

4.3  

Kadambari Mohakhud

Classics

ମା ର ମାଣବସା

ମା ର ମାଣବସା

1 min
205



ଧାନ କେଣ୍ଡା ବେଣୀ

      ଗଜ ଆଖୁର ,

ନୂଆ ଚାଉଳ ଅରୁଆ

     ଝୋଟି ପଦ୍ମର ।।

ମୋ ମା ର

  ମାଣବସା ଗୁରୁବାର ।।


ଛେନା ଭୋଗ ସାଥେ

     ମଣ୍ଡା କାକରା ,

ଗେଣ୍ଡୁ ମଣ୍ଡା ଫୁଲ

    ଯେତେ ପସରା ।।


ପ୍ରଭାତ ସପନ

ମୋ ଅଧାରୁ ଭାଙ୍ଗେ ,

ଗୁରୁବାରେ ନୀତି

  ସଅଳ ଉଠେ ।।


ବୁଧୁବାର ରାତି 

 ଲିପେ ଗୋବର ,

ଝୋଟି ଆଙ୍କିଦିଏ

   ଲକ୍ଷ୍ମୀ ପାଦର ।।

ମୋ ମା ର

  ମାଣବସା ଗୁରୁବାର ।।


ଲକ୍ଷ୍ମୀ ପୁରାଣକୁ

    ସକାଳ ଘଣ୍ଟି ,

ଶଙ୍ଖ ଶବଦକୁ

   ଚିତାର ଝୋଟି ।।


ଯେତେ ଦୁଷ୍ଟ ହେଲେ

ପାଠ ନ ପଢିଲେ ,

ଧରେ ନାହିଁ କାନ

  କରେନି ପାଟି ।।


ନାନା ଜାତି ପିଠା

  ନାନା ବ୍ୟଞ୍ଜନର, 

ଦେହେ ଧଳାନାଲି

   ବସନ ସୁତାର ।।


ମୋ ମା ର ମାଣବସା ଗୁରୁବାର ।


Rate this content
Log in

Similar oriya poem from Classics