STORYMIRROR

Minakshi Samal

Inspirational Others

3  

Minakshi Samal

Inspirational Others

ମା'ର କୋଳ ଓ ଶୀତ

ମା'ର କୋଳ ଓ ଶୀତ

1 min
294


କୁଆଁରୀ ମା'ଟି ହାଡଭଙ୍ଗା ଶୀତେ

ଛୁଆଟିକୁ ଧରି କୋଳେ

କୁଙ୍କୁରୀ କାଙ୍କୁରୀ ହୋଇ ବସିଅଛି

ଦୋକାନର ବାରଣ୍ଡାରେ।

ଦୁଇମାସର ତା' କଅଁଳା ଛୁଆଟି

ଥରେ ଠକଠକ ହୋଇ

ମାଆର ମାତୃତ୍ବ ରକ୍ଷା କରେ ତାକୁ

ଫଟାକାନିଟି ଘୋଡ଼ାଇ।

ପଇସା ବାଲାଙ୍କ ଘରେ ଗାଣ୍ଠି ଗାଣ୍ଠି

ଶୀତ ବସ୍ତ୍ରର ସମ୍ଭାର

ଅବଳା ନାରୀଟି ଶୀତର କବଳେ

ହେଉଅଛି ହରବର।

କେହିନାହିଁ ତା'ର ସାହା ଓ ଭରଷା

କହିବାକୁ ଆହା ପଦେ

ପଲକ ପଡୁନି ଆଖିରେ ତାହାର

ସକାଳ ହୋଇବ କେବେ?

ସୁରୂଜ ଦେବତା ତା'କୁ ସାହା ହେବେ

ଆସିଲେ ଅବନୀ କୋଳେ

ସେପର୍ଯ୍ୟନ୍ତ ସେ ତା'ର ଶିଶୁଟିକୁ

ବଞ୍ଚାଇବ ସ୍ନେହ ବଳେ।

ବଡ ବିଚିତ୍ର ଏ ଦୁନିଆର ନୀତି

ତେଲିଆ ମୁଣ୍ଡରେ ତେଲ

ଦୁଃଖୀ ରଙ୍କି ଏଠି ହରାନ୍ତି ଜୀବନ

ହୋଇ କେତେ କଲବଲ।


ମିନାକ୍ଷୀ ସାମଲ


Rate this content
Log in

Similar oriya poem from Inspirational