STORYMIRROR

Abhakanta None

Inspirational

2  

Abhakanta None

Inspirational

ମା' ଓଡିଶା ବନ୍ଦନା

ମା' ଓଡିଶା ବନ୍ଦନା

1 min
12.9K


ଜୟ ଗୋ ଜନନୀ ଶୌର୍ଯ୍ୟ ଶୁଭାଙ୍ଗିନୀ

ମା' ଓଡିଶା ପୂଣ୍ୟପର୍ବା

ପ୍ରେମ ପ୍ରସବିଣୀ ସୁଦୀକ୍ଷା ଦାୟିନୀ

ରୀତି ରମ୍ୟା ରତ୍ନଗର୍ଭା ।୦।

ଯା' ଉଷା ଅନିନ୍ଦ୍ୟା ଦିବା କର୍ମଛନ୍ଦା ଗୀତର ଗୋଧୂଳି ସାରସ୍ଵତୀ ସନ୍ଧ୍ୟା

ଅବଶ ଅନ୍ଧାର ଜ୍ୟୋତ୍ସ୍ନା ଜୟକାର ସ୍ବପ୍ନିଳ ଯାମିନୀ ଦିବ୍ୟ ବ୍ରାହ୍ମ୍ୟ ବନ୍ଦ୍ୟା

ହିଲ୍ଲୋଳମୟୀ ଗୋ କଲ୍ଲୋଳମୟୀ ଗୋ

ମାଆ ତୋ ଭାରତୀ ଦିବ୍ୟା ।୧।

ପୂରୁବରେ ଖେଳା ସାଗରର ଲୀଳା ପଶ୍ଚିମେ ସବୁଜ ଘଞ୍ଚ ବନମାଳା

ଉତ୍ତର ଦକ୍ଷିଣ ରଚେ ବନ୍ଧୁପଣ ମହାନଦୀ ଅଟେ ଯା' କଟୀ ମେଖଳା

ପ୍ରଭୁ ଜଗନ୍ନାଥ ପାଇଁକି ସମସ୍ତ

ବିଶ୍ଵେ, ପୁଣ୍ୟଶ୍ଳୋକ ଭବ୍ୟା ।୨।

ଭାଷା ବିନ୍ୟାସରେ ବିଭୁତି ବିଚରେ ମୁଗ୍ଧ ଭରା ଗଦ୍ୟ ପଦ୍ୟୁ ମଧୁ ଝରେ

ପାବନ ପବନ ଲାସ୍ୟରେ ଲହରେ ସୁଦୂର ପ୍ରସାରୀ ଶ୍ୟାମଳ କେଦାରେ

ସଂସ୍କୃତି ଆଶରା ଭବ୍ୟ ପରମ୍ପରା

ନମେ, ଆର୍ଯ୍ୟା ଧୈର୍ଯ୍ୟ ପ୍ରଭା ।୩।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational