Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Tripathy

Inspirational Others

4  

Nrusingha Narayan Tripathy

Inspirational Others

ମା ଓ ଶାଶୁ

ମା ଓ ଶାଶୁ

1 min
315



ମାଆ,ଶାଶୁ ମାଆ ଉଭୟତ ମାଆ

ଜନନୀ ସେ ରଚୟିତା

ନାରୀ ସିଏ ଏକ ନାମଯେ ଅନେକ

ଜାଆ,ବୋହୁ, ଓ ଦୁହିତା l


ମାଆର ନାମରେ ଅମୃତଯେ ଭରେ

ଶାଶୁ ନାମେ ଟିକେ ଫିକା

ମାଆ ଯେବେ ମୋର ଭୂମିକା ଶାଶୁର

ମନେ ତାର ଆସେ ରକା l


ମାଆର କର୍ତ୍ତବ୍ୟ ସନ୍ତାନର ସେବା

ସେଥିପାଇଁ ସେ ପୂଜିତା

ଶାଶୁର କାମଟା ଦେବା ହୁକୁମଟା

ମନେ ଥାଏ ସଂକୀର୍ଣ୍ଣତା l


ଗର୍ବ ଅଂହକାର ମନରେ ବିକାର

ବଡ଼ ପଣ ଶାଶୁ ଗୁଣ

ନିଃସ୍ୱାର୍ଥ ପରତା ଗୁଣରେ ପୂରିତା

ସର୍ବଂସହା ମାତା ଜାଣ l


ଦୋଷ ଦୁର୍ବଳତା କ୍ଷମା କରେ ମାତା

ସେଥିପାଇଁ ବନ୍ଦନୀୟା

ଦେଖି ଦୁର୍ବଳତା କାମେ କୁଟିଳତା

ଶାଶୁ ପରା କପଟିଆ l


ଶାଶୁର ସେବାରେ ଜୋଇଁ କାମ କରେ

ନିଜ ମାଆ ନିର୍ଯ୍ୟାତିତା

ବୋହୂର ତାଡନା ଦେଖିତ ପାରେନା

ମାତା ଆଜି ମର୍ମାହିତା l


ବୋହୂତ ଆଜିର କାଲିସେ ଶାଶୁର

ଅଭିନୟ ଅନୁଭୂତି 

ଛାଡି ଅହଂ ଭାବ ଶିକ୍ଷାରେ ସମ୍ଭବ

ଆସିବ ସହାନୁଭୂତି l


ନାରୀ ସଚେତନ ହେବ ଜାଗରଣ

ସମଦୃଷ୍ଟି ସମାନତା

ମାତା ରୂପେ ଶାଶୁ ମନରେ ଯେ ଆସୁ

ଶାଶୁ ନୁହେଁ ମୁହିଁ ମାତା l


 ହସେ ପରିବାର  ହସିବ ସଂସାର

ଶାଶୁ ଯେବେ ହେବ ମାତା

ହଟିବ କଷଣ ହୋଇବ କଲ୍ୟାଣ

ଆସିଯିବ ମଧୁରତା l


Rate this content
Log in

Similar oriya poem from Inspirational