ମା ଓ ବାପା
ମା ଓ ବାପା
ମା ର ଆସନ ବାପା ନେବେ ନାହିଁ
ବାପାଙ୍କ ଆସନ ମା
ଦୁହିଁଙ୍କର ଅଟେ ସ୍ଵତନ୍ତ୍ର ଆସନ
ଚିହ୍ନିଲି ଠାକୁର ଆହା
ତୁମ ହାତ ଧରି ଚାଲି ମୁଁ ଶିଖିଚି
ତୁମେ ସୃଷ୍ଟି କର୍ତ୍ତା ମୋର
ବାପା ତୁମକୁ ମୁଁ ପାରିବିନି ଭୁଲି ,
ତୁମେ ଜିଅନ୍ତା ଠାକୁର
ମା ଆଉ ଦୁଇ ମମତାମୟୀ
ଜନ୍ମ କରି ଗୋ ମୋତେ
ପୋଷିଚୁ ତୁଇ ଗୋ ମା ଲେଖେ
ଯଶୋଦା ହେଇ କରି ମୋତେ ,
ଅତି ନିକଟରେ ରହି ଥାଆନ୍ତି ବୋଲି ,
ବୁଝୁଁ ନା ସିନା ଗୁରୁତ୍ୱ
ଦୂର ହେଲେ ସତ ଜାଣିଲା ବେଳକୁ ଖାଲି ଥାଏ ଅନୁତାପ ,
ବେଳ ଥାଉ ଥାଉ ସତର୍କ ଦୁଆରେ
ଜନମ ସାର୍ଥକ ପାଇଁ
ଏମିତି ସେ ରତ୍ନ ହଜି ଗଲେ ଯଦି
ଆଉ ପାଇବାର ନାହିଁ ।।