STORYMIRROR

Papu parida

Tragedy Others

3  

Papu parida

Tragedy Others

ମା ମୁଁ କଣ ଭୁଲ କରିଥିଲି

ମା ମୁଁ କଣ ଭୁଲ କରିଥିଲି

1 min
237


           ମା ମୁଁ କଣ ଭୁଲ କରିଥିଲି।

ଦୁନିଆ ଦାଣ୍ଡରେ ଆସିକରି ମୁଁ 

            ତୋ ନା ରଖିବି ବୋଲି ଭାବିଥିଲି

ତୋରି କୋଳରେ ହସି ଖେଳି ମୁଁ 

            ବଡ଼ ହେବି ବୋଲି ଚାହୁଁଥିଲି

ମା ହୋଇ ତୁ ଫିଙ୍ଗିଦେଇଗଲୁ ମୋତେ ଅଳିଆ ଗଦାରେ

ଜୀବନର କେତେ ଆଶା ମୁଁ ସଞ୍ଚିଥିଲି

          ମା ମୁଁ କଣ ଭୁଲ କରିଥିଲି।

          ମା ମୁଁ କଣ ଭୁଲ କରିଥିଲି।


ଜାଣିନି କାହିଁକି ନିଷ୍ଠୁର ନିଷ୍ପତି 

             ନେଇ ପାରିଲୁ ତୁ କିପରି

ସମାଜର ନିନ୍ଦା ନା ଗରିବିର ବୋଝ 

             ଦେଲା ମୋତେ ପର କରି

ଛାଡି ଦେଇ ଯିବା ପୂର୍ବରୁ ଥରୁଟେ ନ ଭାବିଲୁ ମୋ କଥା

କେଜାଣି କେଉଁ ଜନ୍ମେ କି ପାପ କରିଥିଲି

         ମା ମୁଁ କଣ ଭୁଲ କରିଥିଲି।

         ମା ମୁଁ କଣ ଭୁଲ କରିଥିଲି।


ଭାବିଲୁ ନାହିଁ ତୁ ମୋ ଭବିଷ୍ୟତ

             ଦେଖିଲୁନି ନିଦାଘର ତାତି

ଦେଖିଲୁନି ତୁହିଁ ବୁଲା ଜନ୍ତୁଙ୍କ ପ୍ରହର 

            ଥଣ୍ଡା ପବନର ଗତି

ମାକୋଳ ମୋ ଲାଗି ବାମନର ଚନ୍ଦ୍ର ନ ମିଳିଲା ବକ୍ଷ ଅମୃତ

ସ୍ୱାର୍ଥପର ସମାଜର ପରିଚୟ ମୁଁ ପାଇଗଲି

        ମା ମୁଁ କଣ ଭୁଲ କରିଥିଲି।

         ମା ମୁ କଣ ଭୁଲ କରିଥିଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy