STORYMIRROR

Gobinda Chandra Sethi

Abstract Inspirational

4  

Gobinda Chandra Sethi

Abstract Inspirational

ମା ମହାଗୌରୀ (ଗୋଲାପୀ ବର୍ଣ୍ଣା)

ମା ମହାଗୌରୀ (ଗୋଲାପୀ ବର୍ଣ୍ଣା)

1 min
368

ଅଷ୍ଟମ ଶକ୍ତିରେ ଆସେ ନବ ରାତ୍ର 

ଦେବୀଙ୍କ ଗୋଲାପୀ ବେଶେ

ମାଆ ମହାଗୌରୀ ଗୋଲାପୀର ବର୍ଣ୍ଣେ 

ସତରେ ଧରାଟି ହସେ ।

ଆଠ ବରଷରେ ପୂର୍ବ ଜନ୍ମ କଥା

ଜାଣିଲେ ମାତା ପାର୍ବତୀ

କଠୋର ତପରେ ହୋଇଥିଲେ ମଗ୍ନ

ଶିବଙ୍କୁ କରିଲେ ପ୍ରାପ୍ତି ।

ଗଙ୍ଗା ନଦୀ ଜଳେ ମହାସ୍ନାନ କରି

ଗୌର ବର୍ଣ୍ଣ ହେଲେ ପ୍ରାପ୍ତ

ମହାଗୌରିଙ୍କର ଉପାଧି ପାଇଲେ

ପୁରାଣେ ଅଛି ବର୍ଣ୍ଣିତ ।

ଧବଳ ବୃଷଭ ବାହନ କରିଣ

ଧରାକୁ କରି ମଣ୍ଡନ 

କୈଳାଶ ପୁରରେ ଉଭା ହୋଇଗଲେ 

ଭକ୍ତ ଖୁସିରେ ଉଚ୍ଛନ୍ନ।

ଦକ୍ଷିଣ ହସ୍ତରେ ଧରିଣ ତ୍ରିଶୂଳ

ବାମରେ ନେଇ ଡମ୍ବରୁ

ବର ଓ ଅଭୟ ଦୁଇମୁଦ୍ରା ଧରି

ଅନ୍ୟ ହସ୍ତରେ ଉଦ୍ଧାରୁ ।

ପୂରାଣରେ ମାତ ହୋଇଛି ବର୍ଣ୍ଣନା

ତୁମେ କଲେ ଆରାଧନା

ଅତୀତ ଭବିଷ୍ୟ ଆଉ ବର୍ତ୍ତମାନ

ପାପର ନାହିଁ ଯନ୍ତ୍ରଣା ।

ଗୋଲାପୀ ରଙ୍ଗରେ ଆସଇ ଶୁଦ୍ଧତା

ନାରୀତ୍ୱ ପ୍ରତିପାଦିତ 

ଆଜି ସେ ରଙ୍ଗରେ ଆସଇ ମହତ୍ୱ

ଦେଖି ଗୌରୀମାତା ରୂପ ।

ଗୋଲାପୀ ବସ୍ତ୍ରରେ ମହିଳାଙ୍କ ଭିଡ଼

ଅର୍ପଣ ଭୋଗେ ନଡ଼ିଆ

ପୂଜା ଅର୍ଘ୍ୟ ଥାଳି ସ୍ୱହସ୍ତରେ ଧରି

ମଣ୍ଡପେ ଲକ୍ଷେ ମୁଣ୍ଡିଆ ।

ଧନ୍ୟ ଧନ୍ୟ ମାତା ଅଷ୍ଟମୀ ତିଥୀରେ 

ମହାଗୌରୀ ଅବତାର 

ତୁମରି ଆଶିଷେ ବାତ୍ସଲ୍ୟ ମମତା 

ଆଜି ସଂସାରୁ ଉଦ୍ଧାର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract