STORYMIRROR

Ansuman Swain

Children

4  

Ansuman Swain

Children

ମା'କରୁଥିଲେ ଚକୁଳି ପିଠା

ମା'କରୁଥିଲେ ଚକୁଳି ପିଠା

1 min
197

ମା' କରୁଥିଲେ     ଚକୁଳି ପିଠା

       ମିନି ବସିଥିଲା ଜଗି

ଭୁଆଁ ବିରାଡି        ଆସିଲା ଲୁଚି

        ଚକୁଳି ପିଠାକୁ ଦେଖି ।(୧)


ଚକୁଳି ପିଠା        ଭାରି ବଢିଆ

        କହିଲା ବିରାଡି ଭାଇ

ପାଳି ପଡିଛି        ବସିଛି ଜଗି

       ଦେବି ସବୁ ଆଜି ଖାଇ ।(୨)


ବିରାଡ଼ିର ଶବ୍ଦ     ଶୁଣିଦେଇ

        ମିନି ପଳାଇଲା ଧାଇଁ

ଘର ଭିତରେ        ବସିକି ଯାଇ

      କାନ୍ଦିଲା ତ କଇଁ କଇଁ ।(୩)


ବିରାଡି ଭାଇ         ଡାକିଲା ମିନି'

       ଖାଇବ ଆସଯେ ପିଠା

ଖାଇବାକୁ ଲୋଭ      ନାହିଁ ମୋର   

       କରୁଥିଲି ମୁହିଁ ଥଟ୍ଟା ।(୪)

ଅନ୍ୟ ଭାଇ ମୋର     କହୁଥିଲେ

     ଖାଇଦେବେ ବୋଲି ପିଠା

ସେଥି ପାଇଁ ଲୁଚି        ବସିଥାଇ

      ପାଟି କରୁଥିଲି ଏକା ।(୫)


ମିନି 'କହିଲା         ବିରାଡି ଭାଇ

      ତୁମେ କେତେ ଯେ ସୁନ୍ଦର

ତୁମ ସୁନ୍ଦରତା         ଦେଖିଦେଇ

       ହସୁଅଛି ମନ ମୋର ।(୬)


ତୁମେ ମତେ ଏତେ      ଭଲ ପାଅ

        ମୁଁ ପାରୁନଥିଲି ଜାଣି

ଆସ ଯେ ଦୁହେଁ         ଖାଇବା ପିଠା

       ମତେ ଭୋକ ଲାଗିଲାଣି ।(୭)


ଆସନ ପାରି            ବସିଲେ ଦୁହେଁ

         ଖାଇଲେ ପିଠାରେ ଚିନି

ବିରାଡି ଭାଇ           ମଧୁର ଖାଇ

          ମିନି'କୁ କଲା ଭୋଉଣୀ ।(୮)


ମିନି ମନ        ହୋଇ ଗଲା ଖୁସୀ

           ଗାଇଲା ସୁନ୍ଦର ଗୀତ

ଗୀତ ଗାଈ        କହିଲେ ଯେ ମିନି'

           ବିରାଡ଼ି ଭାଇ ମୋ ମିତ ,

             ବିରାଡ଼ି ଭାଇ ମୋ ମିତ ।(୯)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children