STORYMIRROR

Sagar Kumar Parida

Abstract

2  

Sagar Kumar Parida

Abstract

ମା ବୀଣାପାଣି

ମା ବୀଣାପାଣି

1 min
161

ନମସ୍ତେ ମା ବୀଣାପାଣି    ବ୍ରହ୍ମଲୋକ ନିବାସିନୀ

     ବିଦ୍ୟା,ବୁଦ୍ଧି, ଜ୍ଞାନ ପ୍ରଦାୟିନୀ

ମାନବ ,ସୁର ,ଅସୁର   ଋଷି ,ମୁନି,ସାଧୁ,ଧୀର

     କରନ୍ତି ତୁମକୁ ମା ଦୟିନୀ

କରେ ତବ ଶୋହେ ବୀଣା   ତ୍ରୀଦେବୀରେ ଅଗ୍ରଗଣ୍ୟା

    ସରସ୍ୱତୀ ନାମେ ତୁମେ ଖ୍ୟାତ

ବନ୍ଦିଛି ଯେ ତବପଦ     ତୁଟିଛି ତା ପରମାଦ

    ଶୁଣିଛି ମୁଁ ପୁରାଣେ ବର୍ଣ୍ଣିତ

ବର୍ଣ୍ଣେଶ୍ୱରୀ,ବିଦ୍ୟାଧାତ୍ରୀ    ମାହେଶ୍ୱରୀ ମା ଭାରତୀ

     କାଳିଦାସ ନାମେ ତବ ପୁତ୍ର

ମହାକବି ସମ୍ମାନରେ     ବିଭୂଷିତ ତୁମ୍ଭବଳେ

    ରଚି ଅନେକ କାବ୍ୟ ଓ ଶାସ୍ତ୍ର

ମର୍ତ୍ତେ ତବ ଆଗମନ     ବସନ୍ତ ପଞ୍ଚମୀ ଦିନ

    ଚତୁର୍ଦ୍ଦିଗେ ତୁମ ଆବାହନ

ବାଳକ ବାଳିକାଗଣ    ପ୍ରାର୍ଥନାରେ ହୋଇ ମଗ୍ନ

     କରୁଥାନ୍ତି ତବ ସ୍ମୃତିଗାନ

ଆହେମାତ ହୁଅପ୍ରୀତ  ଆମ୍ଭେ ସର୍ବେ ତୁମ ସୁତ

     ଦିଅ ଶୁଭାଶିଷ କରି ବୃଷ୍ଟି

ଲଭି ତବ କୃପାଦୃଷ୍ଟି   ହୋଇବୁ ଜୀବନେ ତ୍ରୁଷ୍ଟି

     କରୁଥିବୁ କେତେ କାବ୍ୟ ସୃଷ୍ଟି        



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract