Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Kumar Nayak

Abstract Tragedy

4  

Chinmaya Kumar Nayak

Abstract Tragedy

ଲୁହର ମୁଖା

ଲୁହର ମୁଖା

1 min
192


ଲୁହର ମୁଖା ନାହିଁ ବୋଲି ତ 

ସେ ଏତେ ସ୍ବଛ

କୋହର ଆଞ୍ଚରେ ବାରମ୍ବାର ସେକିହୁଏ ବୋଲି ତ

ସେ ଏତେ ଉଷ୍ମ

ସବୁ ଦୁଃଖକୁ ବିନା ପ୍ରତିବାଦରେ ପିଇନିଏ ବୋଲି ତ

ସେ ଏତେ ଲବଣାକ୍ତ। 


ବେଳାଭୂମିର ଚିର-ତୃଷିତ ବାଲିଶଯ୍ୟାରେ

ଯେତେ ମୁଣ୍ଡ ପିଟିଲେ ବି

ନା ସେ ବୁଝିପାରେ ନା କେବେ ପ୍ରୟାସ କରେ

ବୁଝିବାକୁ ତାର ଏ ଅଶାନ୍ତିର କାରଣ,

ଲୁହ ବି ଝରିଯାଏ ଠିକ ସେହିପରି

ଲାଜ ସରମକୁ ଦୂରକୁ ଫିଙ୍ଗିଦେଇ

ଗଣ୍ଡସ୍ଥଳ ସିକ୍ତ କରି ଦୁଇଧାର ହୋଇ

ନା କେହି ଖୋଜିବସେ ତା ଉତ୍ପତି କାହାଣୀ

ନା କେହି ପଚାରେ ତା ଯାତ୍ରା ବିବରଣୀ। 


ନିର୍ମୋହି ପୁଷ୍କରିଣୀ ପରି

ସେ ଢଳ ଢଳ ହୁଏ ଦୁଇ ଆଖିର ବତୁରା ଶଯ୍ୟାରେ

କେବେ ନିଜ ଭିତର ଅଭିମାନକୁ ନେଇ

କେବେ ଅପରର ଆକ୍ଷେପକୁ ନେଇ

ଭାବପ୍ରବଣତାର କବିତା ଝରେ ଯେବେ ତା ସ୍ୟାହିରୁ

ଦୁଇ ହାତ ମଳି ବସେ ଚିର ସାଥିଟିଏ ପରି

କେବେ ତାର ଅଗ୍ନିକୁ ଲିଭାଇ ଦେବାକୁ

କେବେ ତାର ଦାଗ ସବୁକୁ ଲୁଚେଇ ଦେବାକୁ। 


ସେଥିପାଇଁ ତ ସେ ଲୁହର କେହି ସାଥି ନାହିଁ ବୋଲି

ସେ ଏତେ ମୁକ୍ତ,

ଆଖିରୁ ଝରିଯାଏ ସତ କିନ୍ତୁ ଆଖିର ନଜରରେ

ତା କାହାଣୀ ଗୁପ୍ତ। 


Rate this content
Log in

Similar oriya poem from Abstract