Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କାଦମ୍ବରୀ ମହାଖୁଡ଼

Abstract Tragedy Thriller

4.3  

କାଦମ୍ବରୀ ମହାଖୁଡ଼

Abstract Tragedy Thriller

ଲୁହ ( କାଦମ୍ବରୀ ମହାଖୁଡ଼ )

ଲୁହ ( କାଦମ୍ବରୀ ମହାଖୁଡ଼ )

1 min
242


କବିତାର ଶୀର୍ଷକ :- " ଲୁହ "

 ( କାଦମ୍ବରୀ ମହାଖୁଡ଼ )

=================

ବିରହ ଯନ୍ତ୍ରଣା

ମୋହ ଦଧିରେ

ନୟନର ସୁଅ

ଯେବେ ଭାସେ ଚିବୁକରେ ,


ଯତନେ ସାଇତେ

ରଖେ ଲୁକାୟିତ

ଅଜାଗା ଅବେଳିତ

କାଳେ ହେବ ବୃଷ୍ଟିପାତ ||


ମନ ବାଲୁକାରେ

ଭାଙ୍ଗେ ସ୍ୱପ୍ନର ନଗର 

ଭାସି ଆସେ ସ୍ମୃତି 

ରାତି ଅନିଦ୍ରା ସହର.......


ବିରହ ଛଳନା

କେବେ ପ୍ରେମ ସ୍ମୃତିର ଜ୍ୱାଳା ,

କେଇ ଦିନର ଅନୁଭୂତିରେ

ଲୁହ ସାଜେ ମେଘମାଳା ||


ମିଛ ପ୍ରତିଶୃତି

ଯେତେ ଛଳନାର ବାର୍ତ୍ତା

ଲୁହ ଢାଳେ ଅତୀତ

ଯେବେ ଥାଏ ନିରବର୍ତ୍ତା.....


ମନର ପ୍ରେମ କାଗଜଟା

ହୃଦୟରେ ଟୁକୁଡା ଟୁକୁଡା ଭାସେ ,

ଲୁହ ପୋଛି ଥିବା ଚେହେରାଟା

ଲୁହର ପ୍ରତେକ ଟୋପାରେ ଦିଶେ.....

ଲୁହର ପ୍ରତେକ ଟୋପାରେ ଦିଶେ ||


ଭିଜେ କବିତାର କାଗଜ

ଢାଳେ ମନର କୋହ

ଲେଖେ କବିତାର ଶୀର୍ଷକ  

       ଆଜି ଲୁହ ...............

ଲେଖେ କବିତାର ଶୀର୍ଷକ  

        ଲୁହ ||



Rate this content
Log in

Similar oriya poem from Abstract