Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Abstract Inspirational

3  

Sukadev Mahanta

Abstract Inspirational

ଲୋକ ସଂଗୀତ ଦିବସ

ଲୋକ ସଂଗୀତ ଦିବସ

1 min
248



ସେପ୍ଟେମ୍ବର ସତର ଅଟଇ ଏକ ଏମିତି ଦିନ

ସାରା ବିଶ୍ବ ପାଳୁଅଛଇ କରି ଆନନ୍ଦ ମନ ।


ଆନ୍ତର୍ଜାତୀୟ ଲୋକ ସଂଗୀତ ଦିବସ ଏହିଦିନ

ଲୋକ ସଙ୍ଗୀତର ଗୁରତ୍ବ କେତେ କରେ ସ୍ମରଣ ।


ଯାନ୍ତ୍ରିକ ଯୁଗରେ କ୍ଳାନ୍ତ ମନରେ ଶାନ୍ତି ଭରିବା ପାଇଁ

ସାରା ବିଶ୍ବରେ ଆଦୃତ ଅଛି କେତେ ଲୋକଗୀତ ଭାଇ ।


ନା ନା ସମୟରେ ନାନା ଉତ୍ସବରେ ଲୋକଗୀତର ତାଳେ

ନାଚି ଉଠନ୍ତି ଯେ ବୃଦ୍ଧ ବନିତା ଅସୀମ ଆନନ୍ଦ ଭୋଳେ ।


ବିଶ୍ବ ସଂସ୍କୃତି ବିଶ୍ବ ସଙ୍ଗୀତର ରହିଛି ମହତ୍ତ୍ବ ଭାଇ

ବିଶ୍ବ ଶାନ୍ତି ମୈତ୍ରୀ ଭ୍ରାତୃଭାବର ପ୍ରଚାର ପ୍ରସାର ପାଇଁ ।


କ୍ଳାନ୍ତ ମନରୁ କ୍ଳାନ୍ତି ହଟଇ ଲୋକଗୀତ ଦେଲେ ଗାଇ

ଦେଶ ଜାତି ଧର୍ମ ଭେଦାଭେଦ ନାହିଁ ଗୀତଗାଇବାର ପାଇଁ ।

 

ଦେଶଜାତିଧର୍ମ ସକଳ ମଧ୍ୟରେ ଏକତା ପ୍ରତିଷ୍ଠା ପାଇଁ

ଲୋକଗୀତ ଲୋକ ନାଚର ମାହାତ୍ମ୍ୟ ସର୍ବାଗ୍ରେ ଅଛି ଭାଇ ।


ସକଳଧର୍ମ ଜାତିର ସଭିଏଁ ଆସହେ ଭଉଣୀ ଭାଇ

ଭେଦା ଭେଦ ଭୁଲି ଏକାଠି ନାଚିବା ଲୋକଗୀତ ଗାଇଗାଇ ।



Rate this content
Log in

Similar oriya poem from Abstract