STORYMIRROR

Sunanda Mohanty

Abstract Action Thriller

3  

Sunanda Mohanty

Abstract Action Thriller

ଲୋହିତ ଗୋଧୂଳି

ଲୋହିତ ଗୋଧୂଳି

1 min
190


ପଶ୍ଚିମ ଆକାଶେ ଲୋହିତ ଗୋଧୂଳି

ଦିଶେ ବଡ ମନୋହର

ମାଆ କୋଳକୁ ଫେରିଯାଆନ୍ତି ସୂର୍ଯ୍ୟ

ଗାଇ ଗୋଠ ଫେରିଥାନ୍ତି ଘର

ପକ୍ଷୀମାନେ ଫେରିଥାନ୍ତି ଲେଉଟାଣି

ହୋଇ ବସାକୁ ତରତର

ପଶ୍ଚିମ ଆକାଶେ ଲୋହିତ ପ୍ରକାଶେ

ଚଉଦିଗେ ଅପୂର୍ବ ସମ୍ଭାର

ନାଲିଆ ସୁରୂଜ ବୁଣନ୍ତି ମୁରୁଜ ଆକାଶେ

ଆହା କେଡେ ଚମତ୍କାର

ଜେଜେମା ବଳିତା ବୋଳଇ ଆନନ୍ଦେ

ସଞ୍ଜ ଦେବ ତୁଳସୀ ମୂଳର

ଗଳ୍ପ କବିତା ଲେଖିବାକୁ କବି ଓ ଗାଳ୍ପିକ

ହୁଅନ୍ତି ବି ଆଗୁସାର

ଗୋଠରେ ଫେରନ୍ତି ଗାଇମାନେ ସବୁରି

ଗୁହାଳ ଯତନ କର

ଗଉଡ଼ ଭାଇ ପଖାଳ ତୋରାଣି ପିଇଥିଲା

ତବତ ଖାଇବ ଏଥର

ଲୋହିତ ଗୋଧୂଳି ଦେଖି ମନେ ଭାଳି

କୃଷକ ଭାଇ ଆମର

ଅଡେଇ ବଳଦ ଆସେ ଆଡେଇ ଅନ୍ଧାର

ସୀମାରେ ସୈନିକ ପ୍ରସ୍ତୁତ ରହିବ ଉଜାଗର

ଲୋହିତ ଗୋଧୂଳି ଦିଶେ ଭାରି ମନୋମୁଗ୍ଧକର

ଘଡ଼ିଏ ଅନାଏ ମଣିଷ ଜନମ ପାଇଛି ସେହି ନର

ଲୋହିତ ଗୋଧୂଳିର ଚମତ୍କାର ।



Rate this content
Log in

Similar oriya poem from Abstract