ଲୋହିତ ଗୋଧୂଳି
ଲୋହିତ ଗୋଧୂଳି
ପଶ୍ଚିମ ଆକାଶେ ଲୋହିତ ଗୋଧୂଳି
ଦିଶେ ବଡ ମନୋହର
ମାଆ କୋଳକୁ ଫେରିଯାଆନ୍ତି ସୂର୍ଯ୍ୟ
ଗାଇ ଗୋଠ ଫେରିଥାନ୍ତି ଘର
ପକ୍ଷୀମାନେ ଫେରିଥାନ୍ତି ଲେଉଟାଣି
ହୋଇ ବସାକୁ ତରତର
ପଶ୍ଚିମ ଆକାଶେ ଲୋହିତ ପ୍ରକାଶେ
ଚଉଦିଗେ ଅପୂର୍ବ ସମ୍ଭାର
ନାଲିଆ ସୁରୂଜ ବୁଣନ୍ତି ମୁରୁଜ ଆକାଶେ
ଆହା କେଡେ ଚମତ୍କାର
ଜେଜେମା ବଳିତା ବୋଳଇ ଆନନ୍ଦେ
ସଞ୍ଜ ଦେବ ତୁଳସୀ ମୂଳର
ଗଳ୍ପ କବିତା ଲେଖିବାକୁ କବି ଓ ଗାଳ୍ପିକ
ହୁଅନ୍ତି ବି ଆଗୁସାର
ଗୋଠରେ ଫେରନ୍ତି ଗାଇମାନେ ସବୁରି
ଗୁହାଳ ଯତନ କର
ଗଉଡ଼ ଭାଇ ପଖାଳ ତୋରାଣି ପିଇଥିଲା
ତବତ ଖାଇବ ଏଥର
ଲୋହିତ ଗୋଧୂଳି ଦେଖି ମନେ ଭାଳି
କୃଷକ ଭାଇ ଆମର
ଅଡେଇ ବଳଦ ଆସେ ଆଡେଇ ଅନ୍ଧାର
ସୀମାରେ ସୈନିକ ପ୍ରସ୍ତୁତ ରହିବ ଉଜାଗର
ଲୋହିତ ଗୋଧୂଳି ଦିଶେ ଭାରି ମନୋମୁଗ୍ଧକର
ଘଡ଼ିଏ ଅନାଏ ମଣିଷ ଜନମ ପାଇଛି ସେହି ନର
ଲୋହିତ ଗୋଧୂଳିର ଚମତ୍କାର ।
