STORYMIRROR

Bijaya Kumar Swain

Classics

4  

Bijaya Kumar Swain

Classics

ଲୋ ଶାରୀ

ଲୋ ଶାରୀ

1 min
263


ଲୋ ଶାରୀ

ମୁଖେ ଭଜ ରାମ କୃଷ୍ଣ ହରି

ଲୋ ଶାରୀ

ଭଜିଲେ ଏ ନାମ ନ ଛୁଇଁବ ଯମ

ଭବସିନ୍ଧୁ ହେବୁ ପାରି।(୦)

ଲୋ ଶାରୀ.....


ହରି ବୋଲି ଯେଉଁ ଦୁଇଟି ଅକ୍ଷର

  ଭଜି ଧ୍ରୁବ ପ୍ରହଲ୍ଲାଦ

ଏ ଧରା ଧାମ ରେ ଜାଣି ଥା ଶାରୀ ଲୋ

  ଲଭିଲେ ପରମ ପଦ

ଅକ୍ଷୟ କିରତୀ ସ୍ତମ୍ଭ ସେ ସ୍ଥାପିଲେ

  ହରି ନାମେ ଆଶ୍ରା କରି।(୧)

   ଲୋ ଶାରୀ......


ରାମ ନାମ ରସ ପାନ କରି ହନୁ

  ବୋଲାଇଲା ଶ୍ରେଷ୍ଠ ଭକ୍ତ

ରାମ ପଦେ ଭକ୍ତି ରଖି ବିଭୀଷଣ

  ରାଜ ପଦେ ଅଭିଷିକ୍ତ

ସୁରଜ ଚନ୍ଦ୍ରମା ଯେତେଦିନ ଥିବେ

  ଥିବ ଟି ନାମ ତାଙ୍କରି।(୨)

   ଲୋ ଶାରୀ......


ଶ୍ରୀକୃଷ୍ଣ ନାମକୁ ଦିବନିଶି ଘୋଷି

  ଗୋପୀଏ ହେଲେ ପାଗଳ

ଶୁକମୁନି ମୁଖୁଁ ଭାଗବତ ଶୁଣି

  ପରିକ୍ଷିତ ଯେ ବିହ୍ବଳ

କୃଷ୍ଣ ନାମ ଗାଇ ରାଣୀ ମୀରାବାଇ

  ବିଷ ଥିଲେ ପାନ କରି।(୩)

   ଲୋ ଶାରୀ.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics