Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Jena

Tragedy Others

3.5  

Pranati Jena

Tragedy Others

ଲୋ କୋଇଲି

ଲୋ କୋଇଲି

2 mins
147



କୋଇଲି ଲୋ କେଶବ ଯେ ମଥୁରାକୁ ଗଲା

ଅନ୍ଧୁଣି କରିଣ ଧନ କାହିଁ ରହିଲା ଲୋ....

କେବେ ଦୂର ହୋଇନାହିଁ ମାଆ ନୟନରୁ

କିପରି ରହିଛି ଧନ ଭାଳୁଛି ହୃଦରୁ ଲୋ..... (କୋଇଲି )


ଅଝଟିଆ ପଣ କାହିଁ ଆଜି ବି ଛାଡ଼ିନି

ମାଆ କୋଳ ଖୋଜେ ଧନ ବଡ଼ତ,ହୋଇନି ଲୋ......

ନେତ୍ର ଦୁଇ ମୋର ଯହିଁ ରହିଲେ ଦୂରରେ

କିପରି ରହିବି ମୁହିଁ ତାଙ୍କ ବିନା ଘରେ ଲୋ... (କୋଇଲି )


ଅନ୍ଧୁଣି ଆଖିର ସାହା,ଭରସା ମୋହର

ଲୁହରେ ଭିଜୁଛି ଆଜି ପଣତଟା ମୋର ଲୋ.......

ମାଆ,ମାଆ ଡାକ ଆଜି ଶୁଭୁନାହିଁ ମୋତେ

ବିଛେଦ ଯନ୍ତ୍ରଣା ହୃଦ ସହିବ କେମନ୍ତେ ଲୋ.... ( କୋଇଲି )


ବାପା,ମାଆ ପରି ଶ୍ରଦ୍ଧା,ସ୍ନେହ ଦେଇ ହୃଦେ

କାହିଁ ଦୂରେ ଉଡିଗଲେ ଏକା କରି ମୋତେ ଲୋ........

ନିରତେ ଝୁରୁଛି ମୁହିଁ ଧନଙ୍କୁ ମୋହର

ଜୀବନ ଅସାର ଲାଗେ ଏ ମାୟା ସଂସାର ଲୋ.... ( କୋଇଲି )


ବାଢୁଥିବା ଅନ୍ନରେ ମୁଁ, ଦେଖେ ତାଙ୍କ ମୁହଁ

ମୋ, ହାତରନ୍ଧା ଶରଧା କେ ବାଣ୍ଟିବ କୁହ ଲୋ.........

ଲୁହରେ ବତୁରେ ଆଜି ସ୍ମୃତିକୁ ସାଇତି

ମୋହର ମହଣ ଜ୍ୟୋତି ନିଷ୍ପ୍ରଭେ ଧରିତ୍ରୀ ଲୋ.... (କୋଇଲି )


ବାଳ କାଳୁ ଅନୁରାଗେ ପାଳୁଥାଇ ଯିଏ

ଭାବନା କି ଥାଏ ଦିନେ ଦୂର ହେବ ସିଏ ଲୋ......

ପ୍ରାଣଠାରୁ ଶରୀର କି ଦୂରେଯାଏ କେବେ

ଦେହ,ଆତ୍ମା ଅଭିନ୍ନତ ଛନ୍ଦା,ବନ୍ଧା ଭାବେ ଲୋ..... (କୋଇଲି )


ନୀରବ ମନର ଭାଷା ମମତା ପୁଲକେ

ଲୁହ,ଲହୁ ଗଢାପ୍ରାଣ ଭୁଲି ପାରିବକେ ଲୋ...... 

ସମୟର ପକ୍ଷୀ ଆଜି ବାନ୍ଧିନିଏ ଛଳେ

ରାତ୍ରି ବୁକୁଚିରି ନେତ୍ରୁ ଲୁହରେ ପଖାଳେ ଲୋ...... ( କୋଇଲି )


ଅତୀତ ହଜିଛି ସ୍ମୃତି ସାଇତା ସମ୍ପତ୍ତି

ପିଲାଦିନ କୁନିମୁହଁ ମାଆ ସୁଖ ସାଥି ଲୋ....

ଦୁଇ ବେଳା ପ୍ରାର୍ଥନାରେ ଅନୁପସ୍ଥିତି

ଅନୁଭବେ ଦୁଃଖ ଯାହା ହୁଏ ନିତି ପ୍ରତି ଲୋ... (କୋଇଲି )


ଟିକେ ଦେହ ଅସୁସ୍ଥରେ ମାଆ,ମାଆ ହୋଇ

ପାଖରୁ ଅନ୍ତର କରି କ୍ଷଣେ ନ ରୁହନ୍ତି ଲୋ....

ଆଜି ମାଆ କୋଳ ଝୁରେ ନୟନ ଶଙ୍ଖାଳି,

ଆହା ମୋ ନେତ୍ର ପ୍ରତିମା ହୃଦ ବନମାଳି ଲୋ...... ( କୋଇଲି )


ଆଉଥରେ ଆସନ୍ତାକି ସେଇ ପିଲାଦିନ

ଖେଳନ୍ତିକି ବୋହୁଚୋରି ସାଥିରେ ମୋ ଧନ ଲୋ...

ଭାବ ଅଭାବ ବନ୍ଧନେ ଲୁଚେ ସବୁ ସ୍ନେହ

ବନ୍ଧ୍ୟା ପାଲଟେ ମମତା ସିକ୍ତ ହୁଏ ମୋହ ଲୋ..... ( କୋଇଲି )


କାଲିଯିଏ କାନିଧରି ଡରେ ଅନ୍ଧାରକୁ

ଆଜି' ଡର ହଜେ ସଂଗ୍ରାମ ବଞ୍ଚିବାକୁ ଲୋ..... 

ଯେଉଁଠି ଥାଅ ମୋ' ଧନ ଶଙ୍ଖାଳି ପ୍ରତିମା

ସବୁ ସୁଖ, ଶାନ୍ତି ପ୍ରଭୁ ମାଗୁଛି ମଣିମା ଲୋ.... ( କୋଇଲି )


Rate this content
Log in

Similar oriya poem from Tragedy