STORYMIRROR

Arjuni charan Behera

Thriller Others

3  

Arjuni charan Behera

Thriller Others

ଲଙ୍କା ଦହନ

ଲଙ୍କା ଦହନ

1 min
289


ଶ୍ରୀ ହନୁମାନ ମହାବଳ l

ଲଙ୍ଘିଲେ ମହାସିନ୍ଧୁ ଜଳ ll


ମାରିଲେ ଏକ ମାତ୍ର ଲମ୍ଫ l

ଆକାଶେ ଶୁଭିଲା ପ୍ରକମ୍ପ ll


ଦେଖିଣ ସୁରସା ରାକ୍ଷସୀ l

ହନୁଙ୍କୁ ଗିଳିଲା ଆକର୍ଷି ll


ମୂଖ ବିସ୍ତାରେ ଯେତେବଡ଼ l

ହନୁ ହୋଇଲେ ତହୁଁ ବଡ଼ ll


ଉପାୟହିନେ ଦେଲା ଛାଡ଼ି l

ହନୁ ଆକାଶେ ଗଲେ ଉଡ଼ି ll


ଆକାଶେ ଉଡ଼ି ଅଙ୍କା ବଙ୍କା

ପଶିଲେ ଯାଇ ସ୍ବର୍ଣ୍ଣ ଲଙ୍କା ll


ପୁରରେ ଭେଟିଲେ ଲଙ୍କିନୀ l

ଶକ୍ତ ଚାପୁଡ଼ା ଦେଲେ ଗଣି ll


ସୁକ୍ଷ୍ମ ମଶକ ରୂପେ ପୁଣି l

ଦେଖେ ରାକ୍ଷସ ରାକ୍ଷାସୁଣି ll


ଶୋଇ ଅଛନ୍ତି ଉଲଗନ l

ଆଶ୍ଚର୍ଯ୍ୟ ରାକ୍ଷସ ଭବନ ll


ଲଙ୍କାରେ ଶୁଣି ରାମ ନାମ l

ଭେଟିଲେ ଭକ୍ତ ବିଭୀଷଣ ll


ପଶିଲେ ଅଶୋକ ବାଟିକା l

ବୃକ୍ଷ ଭାଙ୍ଗିଲେ ଝଙ୍କାଝଙ୍କା ll


ସନ୍ଦେଶ ଦେଇ ମାତା ସୀତା l

ଘେନିଲେ ରତନ ମୁଦ୍ରିକା ll


ଅସୁରେ ପର୍ବତ ଆକାର l

ବନ୍ଧନ କଲେ କପିବର ll


ରାବଣ ପାଶେ ନେଲେ ଧରି l

ମାରନ୍ତି ବହୁତ ଧିକ୍କାରି ll


ରାବଣ ବୋଲେ ରେ ମର୍କଟ l

ତୁ ଅତି ହୀନ ରାମ ଦୂତ ll


ତହୁଁ ବୋଲଇ ହନୁମାନ l

ମୁଁ ନୁହେଁ ତୁମ୍ଭଠୁଁ ନିଉନ ll


ପ୍ରଭୁ ମୋ ଯେଣୁ ପରଂବ୍ରହ୍ମ l

ତୁମ୍ଭ ଉପରେ ମୋର ସ୍ଥାନ ll


ରାବଣ ପୁଛିଲା କେମନ୍ତ l

ହନୁ କହଇ ଏହି ମତ ll


ନିର୍ମାଣି ଆସନ ଲାଙ୍ଗୁଡ଼େ l

ହନୁ ବସିଲା ତହିଁ ଦୃଢ଼େ ll


ରେ ମୂର୍ଖ ଅଧମ ବାନର l

ଲାଞ୍ଜଟି ଘମଣ୍ଡ ତୋହର ll


ତଇଳ ଘୃତ ଲାଞ୍ଜେ ଢାଳି l

ତୋତେ ମର୍କଟ ଦେବି ଜାଳି ll


ଲାଞ୍ଜେ ଲାଗିଲା ବୈଶ୍ୱାନର l

ଲଙ୍କା ହୋଇଲା ଛାର ଖାର ll


ଦୁଃସାଧ୍ୟ କାର୍ଯ୍ୟ ଏ ଜଗତେ l

ସାଧ୍ୟ କର ହେ ହନୁମନ୍ତେ ll


  ମାରୁତି ପଶିଲି ଶରଣ l

 ଶରଣ ଜାନକୀ ରମଣ ll

        


Rate this content
Log in

Similar oriya poem from Thriller