STORYMIRROR

Sunanda Mohanty

Tragedy Action Thriller

4  

Sunanda Mohanty

Tragedy Action Thriller

ଉଜୁଡା ମନର ଗୀତ

ଉଜୁଡା ମନର ଗୀତ

2 mins
230


ମନ ଏକ ଏମିତି ଦହନ

ଉଜୁଡିଲେ ସ୍ୱର ହୁଏ ଭିର୍ନ୍ନ

ସଂଗୀତର ତାଳ ନଥାଏ

ଶବ୍ଦରେ ଭାବ ଥାଏ କି ନଥାଏ

ଉଜୁଡିଲେ ଫସଲ ଚାଷୀ ବୋଲେ ଗୀତ

ମନ ଭାଙ୍ଗିଗଲେ ସ୍ୱର ନଥାଇ ସଂଗୀତ

ବାହାଘର ଭାଙ୍ଗିଗଲେ ଝିଅର

ଗୀତ ବୋଲନ୍ତି ବାପା ଲୁହ ଝର ଝର

ଅଭାବି ନିଅଣ୍ଟ ପଣତର ଗୀତ

ବୋଉର ଜୀବନ ବୀଣା ଝଙ୍କୃତ

ବିଦ୍ୟା ବୁଦ୍ଧି ଉଜୁଡିଲେ ଜ୍ଞାନୀ

ପରିଚୟ ହରାଇ ଗାଏ ସ୍ୱାଭିମାନୀ

ଉଜୁଡା ସଂସାର, ଉଜୁଡା ପ୍ରେମ ବେଭାର

ଶିଖାଏ ଗୀତ ପ୍ରତାରଣା ଛୀର୍ଣ୍ଣ ବୀଣାର

ରାଗ ରସ ସ୍ୱର ଲୟ ତାଳ

ଉଜୁଡା ଜୀବନେ ବେତାଳ

ଉଜୁଡା ମନ ବିବେକ ମାନ ସମ୍ମାନ

ତାର ଗୀତ ବିବେକରେ ଆଣେ ସମ୍ମୋହନ

ଉଜୁଡା କ୍ଷତ ଅନେଶତ

ଶାନ୍ତ ହୁଏ ଗାଇ ଗୀତ

ଉଜୁଡା ସମୁଦ୍ର ଜୁଆର

ଭଟ୍ଟାର ଗୀତି କବିତା ଫେରାର

ଉଜୁଡି ଗଲେ ଗୀତ ପଂକ୍ତି

କ୍ଷୟ ଯାଏ ଉତୁରିବା ଶକ୍ତି

ଉଜୁଡା ଗଛ ଫୁଲ ତାରା

ନୂଆ ସ୍ୱର ଳୟ ତାଳେ ଭରା ଭରା

ଉଜୁଡା ଜୀବନ ସଂଗୀତ

ଭକ୍ତ କହେ ରଖ ଦୀନନାଥ ଜଗନ୍ନାଥ

ଉଜୁଡା ମନର ଗୀତ ଚନ୍ଦନେ କର ଚର୍ଚ୍ଚିତ

ଚନ୍ଦନ ବନରେ ହସ୍ତୀ ଗାଏ ଜୀବନ ସଂଗୀତ

ଉଜୁଡା ମନର ଗୀତ ସଦା ଅସମାପ୍ତ

ଦୁଇ ନିଆଁ ମଝିରେ ଉଜୁଡା ମନର ଗୀତ

ଗାଇ ଯା ତୁ ମିତ, ଜୀବନ ଏମିତି ଶତ ପ୍ରତିଶତ.ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy