STORYMIRROR

Kali Kumar

Abstract

3  

Kali Kumar

Abstract

ଲକ୍ଷ୍ୟ

ଲକ୍ଷ୍ୟ

1 min
188

ନିସ୍ତେଜ ସୂର୍ଯ୍ୟ କିରଣ

ଅସ୍ପଷ୍ଟ ଦିଗ୍ ବଳୟର

ପ୍ରଗାଢ଼ ଅନ୍ଧକାର ଭିତରେ

ଦେଖ ! କେମିତି ଜୀବନର

ଲକ୍ଷ୍ୟଗୁଡ଼ିକ କଡ଼ ଲେଉଟାଉଛନ୍ତି ।।


କିଛି ଗୋଧୂଳିରେ ଲୀନ

କିଛି ଝାଉଁଳା ଉପବନ

କିଛି ସ୍ମୃତିର ସନ୍ତକ

କିଛି ବୃକ୍ଷେ ମୁଦ୍ରିତ 

ଦେଖ ! କେମିତି ଜୀବନର

ଲକ୍ଷ୍ୟଗୁଡ଼ିକ ଇତସ୍ତତଃ ଅସ୍ତବ୍ୟସ୍ତ ।।


କେତେବେଳେ ଝରିଯାଏ 

ଶେଫାଳିଟେ ହୋଇ,

ପୁଣି ଅସ୍ତିତ୍ବ ଆତ୍ମସାତ୍ ଅନ୍ତେ

ଜୀବନ ଦିଏ ମହକାଇ,

କେତେବେଳେ ଛିଡ଼ା ସିଏ

ଅଭିସାର ସ୍ୱରୂପ ନେଇ

ପୁଣି ଖର ପ୍ରଖର

ସମସ୍ୟାର ଉଛୁଳା ନଈ

ଦେଖ ! କେମିତି ଜୀବନର

ଲକ୍ଷ୍ୟଗୁଡ଼ିକ ଫିକା ପଡ଼େ ରଙ୍ଗ ବଦଳାଇ ।।


କେତେବେଳେ ଅସାଧ୍ୟ ଦୁର୍ଗମ ପଥେ

ହୁଏ ବାରମ୍ବାର ବାଟବଣା

ପୁଣି କେତେବେଳେ ଆଲୋଡ଼ିତ ମନେ

ଉତ୍ସାହର ଉଣା,

କେତେବେଳେ ପର୍ବତ ଶିଖରେ

ଆଶାର ସୌଧ ହୁଏ ଛିଡ଼ା

ପୁଣି କେତେବେଳେ ଜୀବନ ଉପତ୍ୟକାରେ

ବାଲୁକାରେ କ୍ଷଣ ସ୍ଥାୟୀ ନଅର ହୁଏ ଗଢ଼ା

ଦେଖ ! କେମିତି ଜୀବନର

ଲକ୍ଷ୍ୟଗୁଡ଼ିକ କିଛି ସଜଡ଼ା କିଛି ଅସଜଡ଼ା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract