STORYMIRROR

Debabrata Jena

Inspirational

3  

Debabrata Jena

Inspirational

ଲକ୍ଷ୍ୟ

ଲକ୍ଷ୍ୟ

1 min
388


ଲକ୍ଷ୍ୟ ହୀନ ନାଆ   ଅଟେ ଶୋକପୂର୍ଣ୍ଣ

        କହିଛନ୍ତି ଗୁରୁଜନ

ଲକ୍ଷ ପୂର୍ଣ୍ଣ ହୋଇ       କରେ ଯିଏ କର୍ମ

       ହାରେନା ସେ କେହି ଦିନ ।।


ସଫଳତା ପାଇଁ        ନ କରି ପ୍ରୟାସ

      ପୂର୍ଣ୍ଣତା ହିଁ ଯାହା ଧ୍ୟେୟ

ଧୈର୍ଯ୍ୟବାନ ମନେ        ହୁଏ ଅଗ୍ରସର

        ବିଜୟ ହୁଏ ତା ଶ୍ରେୟ ।।


ନିଷ୍ଠା, ଏକାଗ୍ରତା,        ଆନ୍ତରିକ ଇଛା

        ସଫଳତାର ହିଁ ମନ୍ତ୍ର

ଲକ୍ଷ୍ୟ ସାଧନରେ         ବ୍ରତୀ ଯେଉଁ ଜନ

        ସମାଜେ ହୁଏ ସ୍ଵତନ୍ତ୍ର ।।


ଜୀବନ ଅଟଇ         ଏକ ଲକ୍ଷ୍ୟ ପଥ

       କିଏ ହାରେ କିଏ ଜିତେ

କଙ୍କରିଳ ପଥେ       ହାରୁ ହାରୁ ଦିନେ

     ଆଗେ ଥିବୁ ଜୟ ପଥେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational