STORYMIRROR

Jayashree Maharana

Abstract

3  

Jayashree Maharana

Abstract

ଲକ୍ଷପଥ

ଲକ୍ଷପଥ

1 min
11.9K

ଶିଶୁଗଣ ତୁମ୍ଭେ ଦେଶ କର୍ଣ୍ଣଧାର

ଲକ୍ଷପଥେ ସଦା ହୁଅ ଅଗ୍ରସର

ଉଚ୍ଚ ଅଭିଳାଷ ସୁଉଚ୍ଚ ବିଚାର

ସଫଳତା ପାଇଁ ମନେ ଦୃଢ଼ କର ।


ଶିକ୍ଷାଦୀକ୍ଷା ବଳେ ଜ୍ଞାନ କଉଶଳ

ଅରଜନ ନିଶ୍ଚେ ଦେବ ଶୁଭଫଳ

ଛିଣ୍ଡାଇ ମନରୁ ଅଜ୍ଞାନ ଶୃଙ୍ଖଳ

ଉଡିବାକୁ ନଭେ ହୁଅରେ ବ୍ୟାକୁଳ ।


ଆକାଶ ବୁକୁରେ ଜହ୍ନ ତାରା ଛୁଇଁ

ଗଉରବ ରଚ ମାତୃଭୂମି ପାଇଁ

ବିକାଶ ଦିଗରେ ଭାଗିଦାର ହୋଇ

ଦୁଃଖ ଦୁର୍ଦ୍ଦଶାକୁ ଦିଅରେ ଦୂରେଇ ।


ଜ୍ଞାନାଲୋକ ବଳେ ହୋଇ ଉଦ୍ଭାସିତ

ନାଶ କରିଦିଅ ସକଳ ଦୁଷ୍କୃତ

କୁସଂସ୍କାର ଯେତେ ଅଛି ପ୍ରଚଳିତ

ବଦଳାଇଦିଅ ହୋଇ ସମ୍ମିଳିତ ।


କଣ୍ଟକରେ ଭରା ତୁମ୍ଭ ଲକ୍ଷପଥ

ଦେଉଛି ଆହ୍ବାନ ନହେବ ବିଚ୍ୟୁତ

ଧୈର୍ଯ୍ୟ ସାହାସରେ ଲଢ଼ି ଅବିରତ

ରଚିବ ଗୌରବ ଜୀବନେ ନିଶ୍ଚିତ ।


Rate this content
Log in

Similar oriya poem from Abstract