ଲକ୍ ଡାଉନରେ ପ୍ରିୟା ସେଲ୍ଫି
ଲକ୍ ଡାଉନରେ ପ୍ରିୟା ସେଲ୍ଫି
ଅପେକ୍ଷାର ବେଳ ଗଡି ଚାଲିଛି
ପ୍ରିୟା ଅବା ମୌନ ବ୍ରତ କରିଛି
କହୁନି କଥା କି ମୁହଁ ବି ଚାହୁଁନି
କରୋନା ଯେମିତି ମୋତେ ଗ୍ରାସିଛି ॥
ମାଗିନାହିଁ ଧନ କି ଯଉବନ
କାଣିଚାଏ ପ୍ରୀତି ମୁଁ ଯେ ଲୋଡୁଛି
କାହୁଁ ବୁଝିବ ମୋ ଫୁଲେଇ ପ୍ରିୟା
କେତେ ସରାଗରେ ସେଲ୍ଫି ମାଗୁଛି ॥
ଅଭିମାନିନୀ ମୋ ମନ ବୁଝୁନି
ପଥର ହୃଦୟ ବୋଧେ ବୋହିଛି
ସିଆଣିଆକୁ ମୁଁ ବୋକି ଭାବୁଥିଲି
ଏକୋଇଶ ଦିନର ରାଣ ଖାଇଛି ॥
ପ୍ରତୀକ୍ଷା ଲମ୍ବୁଛି ଆଗକୁ ଆଗ
ତିନି ହପ୍ତା ତିନି ଯୁଗ ଲାଗୁଛି
ପ୍ରେମ ଭିଜା ପ୍ରାଣ ଝାଉଁଳିବନି ତ
ବୁଝି କି ଅବୁଝା ପ୍ରିୟା ହେଉଛି ॥

